ଅଫିସ୍‌ରେ ଚାପରେ ରହି କାମ କରୁଥିବା ମହିଳାଙ୍କ ଠାରେ ହୃଦଘାତ ଆଶଙ୍କା ଅଧିକ !

39

ଯେଉଁ ମହିଳାମାନେ କର୍ମଜୀବି ଏବଂ ଅତ୍ୟଧିକ ଚାପରେ କାମ କରୁଛନ୍ତି ସେମାନଙ୍କ ଠାରେ ଗୃହିଣୀମାନଙ୍କ ତୁଳନାରେ ହୃଦଘାତ ଭଳି ସମସ୍ୟା ବେଶି ଦେଖା ଦେଇଥାଏ । ଯଦି ମହିଳାମାନେ କାମ କରୁଥିବା ଜାଗାରେ ଚାପ ଓ ଚିନ୍ତାମୁକ୍ତ ଥାଆନ୍ତି ତେବେ ଏହି ସବୁ ରୋଗର ଆଶଙ୍କା ସେମାନଙ୍କ କ୍ଷେତ୍ରରେ କମ୍ ଦେଖାଯାଇଥାଏ ।

ବିଶେଷଜ୍ଞଙ୍କ ମତରେ : 

• ଫାଇଟ୍‌ ହର୍ମୋନ୍‌ ଦ୍ୱାରା ମିଳୁଥିବା ଚାପ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଯାହାପାଇଁ ଶରୀରରେ ରକ୍ତଚାପ ବଢ଼ିଥାଏ ।

• ମହିଳାମାନେ କର୍ମକ୍ଷେତ୍ରରେ ଚିନ୍ତାରେ ଡରି ଡରି କାମ କରୁଥିବାରୁ ହୃଦଘାତର ଲକ୍ଷଣ ଦେଖାଦେଇଥାଏ ।

• ସେଥିରେ ଓଜନ ବଢ଼ିବା ସହ ଓଜନ କମି ମଧ୍ୟ ଯାଇଥାଏ ।

• କୋଲେଷ୍ଟ୍ରୋଲର ପରିମାଣ ଶରୀରରେ ବୃଦ୍ଧି ପାଇଥାଏ । ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ନହୋଇ ରକ୍ତ ଜମାଟ ବାନ୍ଧି ଥାଏ ।

ସମସ୍ୟାରୁ କେମିତି ପାଇବେ ମୁକ୍ତି : 

• ଅଧିକ ଚିନ୍ତିତ ହୋଇ କାମ କରୁଥିବା ମହିଳାମାନଙ୍କୁ ନିଜ ଜୀବନଶୈଳୀ ଉପରେ ଧ୍ୟାନ ଦେବା ଉଚିତ୍ । ଚିନ୍ତା ଦେଉଥିବା କାରଣକୁ ଦୂରେଇବାକୁ ଚେଷ୍ଟା କରନ୍ତୁ  ।

• ଅଫିସ୍‌ରୁ କାମ ସାରି ଥରେ ଯିବା ପରେ ଆଉ କାମ ବିଷୟରେ ଭାବନ୍ତୁ ନାହିଁ । ଧ୍ୟାନ କିମ୍ବା ଯୋଗ କରନ୍ତୁ ।

• ଅଫିସ କାମ ଘରେ କରନ୍ତୁ ନାହିଁ ।  ଅଫିସ୍‌ ବାହାରର ସାଙ୍ଗସାଥୀଙ୍କ ସହ ସମୟ ବାହାର କରି କଥାହୁଅନ୍ତୁ ।