ଭୁବନେଶ୍ୱରରେ ଏକାଠି ହେଲେ ଆଇପିଏସ ଅଧିକାରୀ ! ଆଇନ ଶୃଙ୍ଖଳା ପରିସ୍ଥିତି ଓ ମାଓ ଦମନ ପ୍ରସଙ୍ଗରେ ଆଲୋଚନା

30

କନକ ବ୍ୟୁରୋ : ଭୁବନେଶ୍ୱରରେ ୬୦ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଅନୁଷ୍ଠିତ ହେଉଛି । ପୋଲିସ ଡ଼ିଜି ଆରପି ଶର୍ମା ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଅନୁଷ୍ଠିତ ହେବ ଏହି ସମ୍ମିଳନୀ । ଏଥିରେ ସବୁ ଜିଲ୍ଲା ଏପସି, ଆଇଜି ଡ଼ିଆଜି ଉପସ୍ଥିତ ରହିଛନ୍ତି । ସବୁ ଜିଲ୍ଲାରେ ମଡ଼େଲ ପୋଲିସ ଷ୍ଟେସନ୍ କରାଯିବ ।
ଖାସକରି ଆଇନ ଶୃଙ୍ଖଳା ପରିସ୍ଥିତି ମାଓ ଦମନ ନେଇ ରଣନୀତି ପ୍ରସ୍ତୁତ ହେବ ବୋଲି କହିଛନ୍ତି ପୁଲିସ ଡିଜି । ଅଧିକ ସକ୍ରିୟ ହୋଇ ପୋଲିସ କାମ କରିବା ଉଚିତ ବୋଲି ସେ କହିଛନ୍ତି ।

ଏହାସହ ସୋସିଆଲ ମିଡିଆର ଯେଉଁଭଳି ଭାବେ ଅପବ୍ୟବହାର କରାଯାଉଛି ତାହାକୁ ରୋକିବା ପାଇଁ ମଧ୍ୟ ଆଲୋଚନା ହୋଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରତି ଜିଲ୍ଲାରେ ସାଇବର ସେଲ ଖୋଲିବା ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି । ଏହା ସହ ଯୁବ ଏସପିଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଡ଼ିଜିପି । ପୁଲିସ ଓ ପବ୍ଲିକ ମଧ୍ୟରେ ସଂପର୍କ ଦୃଢ କରିବାକୁ ଗୁରୁତ୍ୱ ଦିଆଯାଇଛି ।