ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଏବେ ଚାଲିଛି ବିଶ୍ୱର ସର୍ବବୃହତ ଧାର୍ମିକ ମେଳା କୁମ୍ଭ ମେଳା । ଏହି ମେଳାକୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ହିନ୍ଦୁ ସନ୍ୟାସୀ ଓ ଶ୍ରଦ୍ଧାଳୁ ଧାଇଁ ଆସି ଆସିଛନ୍ତି ପବିତ୍ର ସଂଗମରେ ବୁଡ ପକାଇ ପାପ ଧୋଇବାକୁ ଓ ପୂଣ୍ୟ ଅର୍ଜନ କରିବାକୁ । ବହୁ ଅପରାଧୀ ମଧ୍ୟ ଆସିଛନ୍ତି ପାପ ଧୋଇବାକୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏପରି ଏକ ସିରିଆଲ ହତ୍ୟାକାରୀ ନିଜର ପାପ ଧୋଇବାକୁ ପ୍ରୟାଗ ଆସିଥିବାବେଳେ ପୁଲିସ ହାତରେ ଧରାପଡିଛି । ଏହି ଅପରାଧୀ ନାଁ ହେଉଛି କଲ୍ଲୁ ପଟେଲ ଓରଫ ସାଇବାବା । ସେ ଗତ ବର୍ଷକ ମଧ୍ୟରେ ପ୍ରାୟ ୧୦ଟି ମର୍ଡର କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି । ସାଇବାବାକୁ ଗତ କିଛି ମାସ ହେଲା ଉତ୍ତରପ୍ରଦେଶ ପୁଲିସ ଖୋଜୁଥିଲା । ତାକୁ ଧରିବାକୁ ଅପରେସନ ସିରିଆଲ କିଲର ନାମକ ଏକ ଅପରେସନ ପୁଲିସ ଚଳାଇଥିଲା । ସେ ମୁଖ୍ୟତଃ ଶ୍ରମିକ ଓ ଦିନ ମଜୁରିଆମାନଙ୍କୁ ମାରୁଥିବା ଜଣାଯାଇଛି ।
ତେବେ ନିଜେ କରିଥିବା ପାପ ଧୋଇବା ପାଇଁ ପବିତ୍ର ସଙ୍ଗମରେ ବୁଡ ପକାଉଥିବା ବେଳେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସିରିଅଲ କିଲରକୁ ଗିରଫ କରିଥିଲେ । ଆଉ ଏହାପରେ ଅଭିଯୁକ୍ତ ଜଣକ ନିଜେ କରିଥିବା ଅପରାଧ ସବୁ ପୋଲିସ ଆଗରେ ସ୍ୱୀକାର କରିଥିଲା ।