ଆଜି ସୁପ୍ରିମକୋର୍ଟରେ ପୋଲାଭରମ ମାମଲାର ଶୁଣାଣି ! ଆପତ୍ତି ଅଭିଯୋଗ ସମ୍ପର୍କରେ ଖଣ୍ଡପୀଠର ଦୃଷ୍ଟି ଆକର୍ଷଣ କରିବ ଓଡିଶା ।

25

କନକ ବ୍ୟୁରୋ : ଆଜି ସୁପ୍ରିମକୋର୍ଟରେ ପୋଲାଭରମ ମାମଲାର ଶୁଣାଣି ହୋଇପାରେ । ସୁପ୍ରିମକୋର୍ଟରେ ୨ ଜଣିଆ ଖଣ୍ଡିପୀଠରେ ଏହି ମାମଲାର ଶୁଣାଣି ହୋଇପାରେ । ପ୍ରକଳ୍ପ ସମ୍ପର୍କରେ ନିଜ ପକ୍ଷ ରଖିବ ଓଡିଶା । ନିକଟରେ ପୋଲାଭରମ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଥିଲେ । ଏହାକୁ ଓଡିଶା ଦୃଢଭାବେ ଖଣ୍ଡନ କରିବ ବୋଲି ଅନୁମାନ କରାଯାଉଛି । ପୋଲାଭରମ ପ୍ରକଳ୍ପକୁ ଏକତରଫା ଭାବେ ଅନୁମତି ଦିଆଯାଇଥିବାରୁ ଏହା ଓଡିଶାର ସ୍ୱାର୍ଥ ହାନି କରିବ ବୋଲି ଯୁକ୍ତି ବାଢିବ ଓଡିଶା ।

ପୋଲାଭରମ ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲାର ଅନେକ ଅଂଚଳ ଜଳମଗ୍ନ ହେବାର ଅଛି । ପୋଲାଭରମର ଡିଜାଇନ ପରିବର୍ତନ କରି ଉଚ୍ଚତା ବି ବଢାଇଛି ଆନ୍ଧ୍ରପ୍ରଦେଶ । ତେଣୁ ଏ ସମ୍ପର୍କରେ ଓଡିଶା ଦୃଷ୍ଟି ଆକର୍ଷଣ କରି ପ୍ରକଳ୍ପ କାମ ଉପରେ ରହିତାଦେଶ ଜାରି କରିବାକୁ ଓଡିଶା ଦୃଷ୍ଟି ଆକର୍ଷଣ କରିବ । ଜାତୀୟ ପ୍ରକଳ୍ପ ଦର୍ଶାଇ କେନ୍ଦ୍ର ଆନ୍ଧ୍ରକୁ ଅହେତୁକ ଅନୁକମ୍ପା ଦେଖାଯାଇ ଓଡିଶାକୁ ଅଣଦେଖା କରାଯାଉଥିବା ସମ୍ପର୍କରେ ମଧ୍ୟ ସୁପ୍ରିମକୋର୍ଟଙ୍କୁ ଜଣାଯିବ । ପୋଲାଭରମ ପ୍ରକଳ୍ପକୁ ନେଇ ଏବେ ସୁପ୍ରିମକୋର୍ଟରେ ଏକାଧିକ ମାମଲା ବିଚାରାଧୀନ ରହିଛି ।

ଗତ ମାସରେ ମାମଲାର ଶୁଣାଣି କରି କେନ୍ଦ୍ରକୁ ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦୁଇବର୍ଷ ଧରି ଏ ନେଇ ଜବାବ ଦାଖଲ କରିପାରିନଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ୨୦ ହଜାର ଟଙ୍କାର ଜୋରିମାନା ବି କରିଥିଲେ । ଆନ୍ଧ୍ର ସରକାର ୨୦୧୯ ସୁଦ୍ଧା ପୋଲାଭରମ କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ।