ଆଣ୍ଡାମାନ ଗସ୍ତରେ ମୋଦି ! ସୁନାମୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଦେଲେ ଶ୍ରଦ୍ଧାଞ୍ଜଳି

108

କନକ ବ୍ୟୁରୋ : ଆଣ୍ଡାମାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଆଣ୍ଡାମାନରେ ପହଁଚି ମୋଦି ୨୦୦୪ ସୁନାମୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଗସ୍ତ ସମୟରେ ସେ ଏହି ତିନୋଟି କେନ୍ଦ୍ରଶାସିତ ଦ୍ୱୀପ ନାଁ ବଦଳାଇବାର ଘୋଷଣା କରିପାରନ୍ତି । ନାଁ ବଦଳିବାକୁ ଥିବା ୩ଟି ଦ୍ୱୀପପୁଂଜ ହେଲା ରସ୍ ଆଇଲ୍ୟାଣ୍ଡ, ନୀଲ ଆଇଲ୍ୟାଣ୍ଡ ଓ ହେଭଲକ୍ ଆଇଲ୍ୟାଣ୍ଡ । ବ୍ରିଟିଶ ଅମଳରେ ଏହି ଦ୍ୱୀପପୁଂଜଗୁଡ଼ିକର ଏଭଳି ନାମକରଣ ହୋଇଥିଲା । ଆଗକୁ ଏଗୁଡ଼ିକ ଯଥାକ୍ରମେ ସୁବାସ ବୋଷ ଦ୍ୱୀପ, ଶହୀଦ ଦ୍ୱୀପ ଓ ସ୍ୱରାଜ୍ ଦ୍ୱୀପ ନାଁରେ ପରିଚିତ ହେବାର କୁହାଯାଉଛି ।

MODI
https://www.moneycontrol.com/

ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ଆଣ୍ଡାମାନ ନିକୋବର ଗସ୍ତ କରିଥିବା ବେଳେ ଏହି ଅବସରରେ ୭ଟି କାର୍ଯ୍ୟକ୍ରମରେ ଯୋଗ ଦେବେ । ଆଜାଦ ହିନ୍ଦ ସରକାର ସରକାର ଗଠନ ଘୋଷଣାର ୭୫ ବର୍ଷ ପୂର୍ତି ଅବସରରେ ପୋର୍ଟ ବ୍ଲେୟାର ମରିନା ପାର୍କରେ ମୋଦି ସୁବାସ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଷ୍ଟାର୍ଟ ଅପ୍ ନୀତି ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ୭ ମେଗାୱାଟ୍ ଉତ୍ପାଦନ କ୍ଷମତାଯୁକ୍ତ ସୌର ବିଦ୍ୟୁତ ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।