ଆସନ୍ତା ୧୬ ତାରିଖରୁ +୨ ପରୀକ୍ଷା ପାଇଁ ଫର୍ମ ପୂରଣ !

ଡିସେମ୍ବର ୧ ରୁ ୪ ପର୍ଯ୍ୟନ୍ତ ୩୫୦ ଟଙ୍କା ଫାଇନ ଦେଇ ଫର୍ମଫିଲଅପ କରିପାରିବେ ଛାତ୍ରଛାତ୍ରୀ

94

କନକ ବ୍ୟୁରୋ  : +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ନିୟମିତ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଆସନ୍ତା ୧୬ ତାରିଖରୁ ହେବ । ନଭେମ୍ବର ୧୬ରୁ ୨୬ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବିନା ଜରିମାନାରେ ଫର୍ମ ପୂରଣ କରିପାରିବେ । ନଭେମ୍ବର ୧୭ରୁ ୨୭ ମଧ୍ୟରେ ଫି’ ଜମା କରିବାକୁ ପଡ଼ିବ । ସେହିପରି ଯେଉଁମାନେ ଏହି ସମୟରେ ଫର୍ମ ପୂରଣ ନକରିପାରିବେ ସେମାନେ ନଭେମ୍ବର ୨୭ରୁ ୩୦ତାରିଖ ମଧ୍ୟରେ ୫୦ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିପାରିବେ । ନଭେମ୍ବର ୨୮ରୁ ଡିସେମ୍ବର ୧ ମଧ୍ୟରେ ଫି’ ଜମା କରିବେ ।

ଏହି ସମୟ ମଧ୍ୟରେ ଯେଉଁମାନେ ଫର୍ମ ପୂରଣ କରିନଥିବେ ସେମାନେ ଡିସେମ୍ବର ୧ରୁ ୪ମଧ୍ୟରେ ୩୫୦ଟଙ୍କା ଫି’ ଦେଇ ଫର୍ମ ପୂରଣ କରିପାରିବେ । ଡିସେମ୍ବର ୩ରୁ ୫ ମଧ୍ୟରେ ଫି’ ଜମା କରିବାକୁ ପଡ଼ିବ । ଏହି ଅବଧି ମଧ୍ୟରେ ଯେଉଁମାନେ ଫର୍ମ ପୂରଣ ନକରିପାରିବେ ସେମାନଙ୍କୁ ଆଉ ଫର୍ମ ପୂରଣ କରିବାର ସୁଯୋଗ ମିଳିବନି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା ଅନୁଯାୟୀ, ଚଳିତବର୍ଷ ଫର୍ମ ପୂରଣ ଫି’ ୫୨୦ଟଙ୍କା ରଖାଯାଇଛି । ଏହାବାଦ୍ ବିଳମ୍ବରେ ଫର୍ମ ପୂରଣ କରୁଥିବା ଛାତ୍ରଛାତ୍ରୀ ଉପରୋକ୍ତ ଜରିମାନା ଦେବେ ।

ସେହିପରି ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୨୦ଟଙ୍କା, ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ବିଷୟ ପିଛା ୨୦ଟଙ୍କା, ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଅତିରିକ୍ତ ୫୦୦ଟଙ୍କା ଦେବାକୁ ପଡ଼ିବ । ଯେଉଁ ଶିକ୍ଷାନୁଷ୍ଠାନଗୁଡ଼ିକ ୨୦୧୫-୧୬ ମସିହା ପରେ ମାନ୍ୟତା/ସ୍ବୀକୃତି ପାଇଥିବ ସେଠାରେ ପ୍ରତି ଛାତ୍ର/ଛାତ୍ରୀ ପିଛା ଅତିରିକ୍ତ ୫୦ଟଙ୍କା ଦେବାକୁ ପଡ଼ିବ ।