ପିପିଲି କଂଗ୍ରେସରେ କନଫ୍ୟୁଜନ: କଂଗ୍ରେସ ପ୍ରାର୍ଥୀ ଯୁଧୀଷ୍ଠିର ସାମନ୍ତରାୟ ନିର୍ବାଚନ ଲଢିବେ କି ନାହିଁ, ତାହା ଏବେ ଅନିଶ୍ଚିତତା ଭିତରେ

ଶେଷ ସମୟରେ ଟିକେଟ ମିଳିଥିବାରୁ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା;ସେପଟେ ପ୍ରଚାର ମୈଦାନରେ ମହାରଥୀ

351

କନକ ବ୍ୟୁରୋ: ପିପିଲି ବିଧାନସଭା ଆସନରୁ କଂଗ୍ରେସ ଟିକେଟ ପାଇଥିବା ଯୁଧୀଷ୍ଠିର ସାମନ୍ତରାୟ ନିର୍ବାଚନ ଲଢିବେ କି ନାହିଁ, ତାହା ଅନିଶ୍ଚିତତା ଭିତରେ ରହିଛି । ନୂଆ ନୀତି ଆପଣେଇ ପାରନ୍ତି ପିପିଲି ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଯୁଧୀଷ୍ଠିର ସାମନ୍ତରାୟ । କର୍ମକର୍ତୀଙ୍କ ସହ ଆଲୋଚନା ପରେ ଆଜି ସଂଧ୍ୟାରେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି ଯୁଧୀଷ୍ଠିର । ତେବେ ବିଳମ୍ବରେ ଅର୍ଥାତ ଶେଷ ସମୟରେ ଯୁଧୀଷ୍ଠିରଙ୍କୁ କଂଗ୍ରେସ ଟିକେଟ ଦେଇଥିବାରୁ ସେନେଇ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି ।

ସେପଟେ ପିପିଲି ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଦଳ ଟିକେଟ ଦେଇଛି । ଟିକେଟ ପାଇବାରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମହାରଥୀ । ବିଶାଳ ଶୋଭାଯାତ୍ରାରେ ଶହ ଶହ ସମର୍ଥକଙ୍କ ସହ ବାହାରି ପ୍ରଚାର କରୁଛନ୍ତି ମହାରଥୀ । ଗାଁ ଗାଁ ବୁଲି ଭୋଟ ପାଇଁ ମହାରଥୀ ନିବେଦନ କରୁଛନ୍ତି ।