ବିଏସପି ସୁପ୍ରିମୋ ମାୟାବତୀଙ୍କ ଅଜବ ପ୍ରଶ୍ନ ! ନିଜକୁ ଭଗବାନ ଶ୍ରୀରାମଙ୍କ ସହ ତୁଳନା କଲେ ମାୟାବତୀ ।

90

ବିଏସପି ସୁପ୍ରିମୋ ମାୟାବତୀ ସୁପ୍ରିମକୋର୍ଟରେ ଏକ ଅଜବ ବିଷୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ନିଜ ଏଫିଡେବିଟ୍ ରେ ମାୟାବତୀ କହିଛନ୍ତି ଯେ ଯଦି ଭଗବାନ ରାମଙ୍କ ମୂର୍ତ୍ତୀ ପ୍ରସ୍ତୁତ ହୋଇପାରୁଛି ତେବେ ତାଙ୍କ ମୂର୍ତ୍ତୀ କାହିଁକି ପ୍ରସ୍ତୁତ ହୋଇପାରିବ ନାହିଁ । ଆପଣଙ୍କୁ କହିରଖୁଛୁ କି, ଲଖନଉଁର ଆବେନ୍ଦକର ପାର୍କରେ ମାୟାବତୀଙ୍କ ମୂର୍ତ୍ତୀ ଲାଗିବା ପରେ ସୁପ୍ରିମକୋର୍ଟ ଏହାକୁ କଡାକଡି ରୂପେ ନେଇଥିଲେ ଏବଂ ତାଙ୍କୁ ଜବାବ୍ ମାଗିଥିଲେ । ଏହି କଥାରେ ସୁପ୍ରିମକୋର୍ଟରେ ମାୟାବତୀଙ୍କ ତରଫରୁ ଯେଉଁ ଜବାବ୍ ରଖାଯାଇଥିଲା ତାଙ୍କର ଏହି ଜବାବ୍ ସମସ୍ତଙ୍କୁ ଚକିତ କରିଛି । ମାୟାବତୀ କହିଥିଲେ ଜନଭାବନାକୁ ସମ୍ମାନ ଦେବାକୁ ଯାଇ କାଶୀରାମଙ୍କ ସହ ଆମ୍ବେଦକର ଏବଂ ତାଙ୍କ ମୂର୍ତ୍ତୀକୁ ସ୍ଥାନ ଦିଆଯାଇଥିଲା । ତେବେ ଏହା କ୍ୟାବିନେଟ୍ ନିଷ୍ପତ୍ତି ପରେ ହିଁ ହୋଇଥିଲା ।

ମାୟାବତୀ ଦଲିଲ୍ ଦେଇଥିଲେ ଯେ ସମାଜ ପାଇଁ ସେ ବିବାହ କରିନଥିଲେ ଏବଂ ସମ୍ପୁର୍ଣ୍ଣ ଜୀବନ ବହୁଜନ ମିଶନ୍ ସହ ଜଡିତ ହୋଇ ରହିଥିଲେ । ତାଙ୍କର ଏତେ ବଡ ତ୍ୟାଗ ପାଇଁ ତାଙ୍କ ମୂର୍ତ୍ତୀ ଲାଗିବା ଯୁକ୍ତିଯୁକ୍ତ । ସେ କହିଥିଲେ ସରକାରୀ ଟଙ୍କାରୁ ଭଗବାନ ଶ୍ରୀରାମଙ୍କ ୨୨୧ ମିଟରର ମୂର୍ତ୍ତୀ ପ୍ରସ୍ତୁତ ହୋଇପାରିଲେ ତାଙ୍କର କାହିଁକି ହୋଇପାରିବ ନାହିଁ । ସେ ଏନେଇ ୩ ହଜାର କୋଟି ଟଙ୍କାରେ ପ୍ରସ୍ତୁତ ହୋଇଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟି ଉପରେ ଏବଂ ମୁମ୍ବାଇରେ ଶିବାଜୀ ମହାରାଜଙ୍କ ମୂର୍ତ୍ତୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।