ଶୌଚାଳୟ ଭାବି ବିମାନର ଜରୁରୀକାଳୀନ ଦ୍ୱାରକୁ ଖୋଲିଦେଲେ ମହିଳା, ତା’ପରେ…

2,184

ପାକିସ୍ତାନ ଇଣ୍ଟରରନ୍ୟାସନାଲ ଏୟାରଲାଇନ୍(ପିଆଇଏ) ବିମାନର ଜଣେ ମହିଳା ଯାତ୍ରୀ ଭୁଲବଶତଃ ବିମାନରେ ଥିବା ଜରୁରୀକାଳୀନ ଦ୍ୱାରକୁ ଶୌଚାଳୟ ଦ୍ୱାର ଭାବି ଖୋଲି ପକାଇବା ପରେ ବିମାନ ଉଡ଼ଣାରେ ବିଳମ୍ବ ହୋଇଛି। ବିମାନ ଉଡ଼ାଣ ବିଳମ୍ବ ହେବାରୁ ଅନ୍ୟ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜଣେ ଯାତ୍ରୀଙ୍କର ସାମାନ୍ୟ ଭୁଲ୍ ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିବା ହେତୁ ବିମାନରେ ଥିବା ଅନ୍ୟ ଯାତ୍ରୀମାନେ ବିମାନ କର୍ମଚାରୀଙ୍କୁ ଦୋଷ ଦେଇଛନ୍ତି।

ସୂଚନା ମୁତାବକ, ବିମାନଟି ମଞ୍ଚେଷ୍ଟର ବିମାନ ବନ୍ଦରରୁ ବାହାରିବା ପରେ ବିମାନରେ ଥିବା ଜଣେ ମହିଳା ଯାତ୍ରୀ ଶୌଚାଳୟ ଯିବା ଉଦ୍ଦେଶ୍ୟରେ ଏକ ବଟନକୁ ଦବାଇଥିଲେ। ଏହାପରେ ବିମାନ ସାତ ଘଣ୍ଟା ବିଳମ୍ବରେ ଚାଲିଥିଲା । ଯାତ୍ରୀଙ୍କ ପାଇଁ ହୋଟେଲରେ ରହିବାର ବ୍ୟବସ୍ଥା କରାଗଲା । ହଠାତ ବିମାନର ଜରୁରିକାଳୀନ ଦ୍ୱାର ଖୋଲିଯିବାରୁ ବିମାନଟିକୁ କିଛି ସମୟ ଧରି ରନୱେରେ ଛିଡ଼ା କରି ଦିଆଯାଇଥିଲା। ପାକିସ୍ତାନର ଜାତୀୟ ବିମାନ କମ୍ପାନୀ ଅନେକ ବର୍ଷରୁ କ୍ଷତିରେ ଚାଲିଛି ଓ ସରକାର ଏହାର ଅବସ୍ଥା ସୁଧାରିବାକୁ ଚେଷ୍ଟା କରୁଛନ୍ତି ।