ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ଉଠାଇପାରିବେନି ଫଟୋ, ଫଟୋଗ୍ରାଫୀ ଉପରେ ଲାଗିଲା ବ୍ୟାନ୍

102

ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ଫଟୋ ଉଠାଇବା ସଉକ ରଖୁଥିବା ଲୋକଙ୍କୁ ଏବେ ନିରାଶ ହେବାକୁ ପଡିବ । ଅଧିକାରୀଙ୍କ ମୁତାବକ, ଏବେ ସ୍ୱର୍ଣ୍ଣ ମନ୍ଦିରରେ ଫଟୋ ଉଠାଇବା ଉପରେ ବ୍ୟାନ କରାଦିଆଯାଇଛି । ଏବେ ପର୍ଯ୍ୟଟକ ସ୍ୱର୍ଣ୍ଣ ମନ୍ଦିର ଭିତରେ ଫଟୋଗ୍ରାଫୀ କରିପାରିବେନି । ମନ୍ଦିରର ଗଭର୍ଣ୍ଣିଙ୍ଗ ବଡି କହିଛନ୍ତି କି ବହୁତ ପୁରୁଣା କମ୍ଲେକ୍ସ ଭିତରେ ସେଲଫି ଓ ଭିଡିଓ ଶୁଟ୍ କରୁଥିବା ଦର୍ଶକ ସାରା ଦୁନିଆର ତୀର୍ଥଯାତ୍ରୀଙ୍କୁ ଅନାଦର କରିଛନ୍ତି । ଏହା ଏକ ଧାର୍ମିକ ସ୍ଥାନ, କୌଣସି ଛୁଟି ବିତାଇବା ସ୍ଥାନ ନୁହେଁ । ଏଠାକୁ ଲୋକ ପ୍ରାର୍ଥନା କରିବା ପାଇଁ ଆସନ୍ତି ଓ ନିଜର ଦୁଃଖର ସମସ୍ୟା ଖୋଜିବା ପାଇଁ ଆସନ୍ତି ।

ପ୍ରତିନିଧି ଓ ଭିଆଇପିଙ୍କ ପାଇଁ ଅଫିସିଆଲ ଭାବେ ଫଟୋ ଉଠାଇବାର ଅନୁମତି ଦିଆଯିବ । ମନ୍ଦିର ଅଧିକାରୀ କହିଛନ୍ତି କି ପବିତ୍ରତାକୁ ଧ୍ୟାନରେ ରଖି ଆବଶ୍ୟକ ବ୍ୟବସ୍ଥା କରାଯିବ ।