ବଢିପାରେ ପେଟ୍ରୋଲ ଓ ଡିଜେଲ ଦର ! ଆପଣଙ୍କ ଘରର ବଜେଟ ଉପରେ ପଡିପାରେ ପ୍ରଭାବ

38

କନକ ବ୍ୟୁରୋ: ଭାରତରେ ଦିନକୁ ଦିନ ପେଟ୍ରୋଲ ଦରଦାମ ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ଖାଉଟି । କାରଣ ପେଟ୍ରୋଲ ଓ ଡିଜେଲ ବଢିବା ଦ୍ୱାରା ସମସ୍ତ ଜିନିଷର ଦରଦାମ ବଢିବ । ତେଣୁ ଏହି ଖବର ଆସିଲା ପରେ ସାଧାରଣ ଜନତାମାନେ ଚିନ୍ତାରେ ଅଛନ୍ତି । ପ୍ରଶାନ୍ତ ମହାସାଗର ଅଞ୍ଚଳରେ ପ୍ରବଳ ଝଡ ତୋଫାନ ହେବାରୁ ତେଲ ଆମଦାନୀ କରିବାକୁ ଅଧିକ ଅର୍ଥ ଖର୍ଚ୍ଚ ହେଉଛି । ତେଣୁ କମ୍ପାନୀ ଗୁଡିକ ମଧ୍ୟ ତେଲ ଦାମ ବଢାଉଛନ୍ତି । ଏହା କିନ୍ତୁ ଖାଉଛି ମାନଙ୍କ ଚିନ୍ତା ବଢାଉଛି । ଏହି ଘଟଣା ପୂର୍ବମାସରେ ମଧ୍ୟ ଦେଖାଯାଇଥିଲା । ତେବେ ବାରମ୍ବାର ଦର ବଢବା ସିଧାସଳଖ ଭାବରେ ଖାଉଟି ମାନଙ୍କ ଉପରେ ପଡୁଛି । ଏହି ଝଡ ତୋଫାନ କିଛି ନୁଆ କଥା ନୁୁହେଁ ଜୁଲାଇ ମାସ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଏପରି ପାଣିପାଗ ପରିବର୍ତ୍ତନ ହୋଇଥାଏ । ଭାରତୀୟ ବଜାରରେ ଅଶୈାଧିତ ତେଲର ଦାମ ବଢୁଥିବା ହେତୁ ଭାରତରେ ତେଲର ଦାମ ବଢିବାରେ ଲାଗୁଛି ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆଗାମୀ ଜୁଲାଇ ମାସ ଆରମ୍ଭରେ ତେଲର ଦାମ କମିବାର ଅଛି । ଯାହାର ଲାଭ ସିଧାସଳଖ ପ୍ରଭାବ ଜନତାଙ୍କ ଉପରେ ପଡିବ । ଏହାସହ ଆମେ ଚିନ୍ତା କରିଛୁ କି ପ୍ରତ୍ୟେକ ଦିନ ଆଉ ୧ ମିଲିୟନ ଡଲାର ତେଲ ଅଧିକ ଆମଦାନୀ କରିବୁ । ଯାହା ଫଳରେ ଆମ ବଜାରରେ ତେଲ ଦର କମିବ ବୋଲି ମୋର ବିଶ୍ୱାସ । ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ସାରା ପୃଥିବୀରେ ଏବେ ଘୂର୍ଣ୍ଣିଝଡ ହେଉଛି । ତେବେ ଏହାର ମୁକାବିଲା କରି ଆମ ଦେଶକୁ ଅନେକ ବାଟ ବୁଲିକି ଆସିବାକୁ ପଡୁଛି । ତେଣୁ ତେଲର ଦାମ ବଢିବାରେ ଲାଗିଛି ।

ଏପଟେ ଆମେରିକା ଇରାନ ଉପରେ ଲଗାଇଥିବା ପ୍ରତିବନ୍ଧକ ଲାଗି ଆମେ ଆମେରିକା ସୀମା ମଧ୍ୟକୁ ପ୍ରବେଶ କରିପାରୁ ନାହିଁ । ତେଣୁ ପାଗ ବଦଳିଲେ ଦର ନିୟନ୍ତ୍ରଣ ହେବ ବୋଲି ପ୍ରଧାନ ସୂଚନା ଦେଇଛନ୍ତି ।