ଲଗାତାର ଦ୍ୱିତୀୟ ଦିନରେ ବଢିଲା ପେଟ୍ରୋଲ ଦର! ଜାଣନ୍ତୁ ଆଜିର ତୈଳ ଦର କେତେ ?

48

କନକ ବ୍ୟୁରୋ : ପୁଣିଥରେ ଦେଶରେ ବଢିଛି ତୈଳ ଦର । ଲଗାତାର ଦ୍ୱତୀୟ ଦିନରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରାଯାଇଛି । ପେଟ୍ରୋଲରେ ୧୪ ରୁ ୧୫ ପଇସା ଓ ଡିଜେଲରେ ୧୬ ରୁ ୧୮ ପଇସା ବୃଦ୍ଧି କରାଯାଇଛି । ତୈଳଦର ବୃଦ୍ଧି ହେବା କାରଣରୁ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ପ୍ରତି ଲିଟର ପିଛା ୭୫.୭୧ ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ୮୩.୨୪ ପଇସା ରହିଛି । ମଆଉ କଲିକତାରେ ପେଟ୍ରୋଲ ୮୩.୨୪ ପଇସା ରହିଥିବା ବେଳେ ଡିଜେଲ ୭୮.୭୨ ପଇସା ରହିଛି ।

ଦେଶରେ ଏପରି ଭାବରେ ତୈଳ ଦର ବୃଦ୍ଧି ହେଉଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ମଧ୍ୟ ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ଖାଉଟି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହେଉଥିବା କାରଣରୁ ଭାରତରେ ତାହାର ପ୍ରଭାବ ପଡୁଛି ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଗତକାଲି ପେଟ୍ରୋଲ ଦର ୩୬ ଦିନ ପରେ ପୁଣି ଥଇ ଥରେ ବୃଦ୍ଧି ପାଇଥିଲା । ଗତକାଲି ଏଥ ପେଟ୍ରୋଲ ଦର ୧୬ରୁ ୧୭ ପଇସା ବୃଦ୍ଧି ପାଇଥିଲା । ଅନ୍ୟପଠେ ଡିଜେଲ ଦର ୧୦ରୁ ୧୨ ପଇସା ବୃଦ୍ଧି ପାଇଥିଲା ।