ଆଜିଠାରୁ ପେଟ୍ରୋଲ ଓ ଡିଜେଲ ଇ-ପେମେଂଟରେ ମିଳିବ ରିହାତି

48

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଇ-ପେମେଂଟ ଉପରେ ମିଳିବ ରିହାତି ।ଏହା ଗତକାଲି ମଧ୍ୟରାତିରୁ ଏହି ନିୟମ ଲାଗୁ ହୋଇଛି । ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ କିମ୍ବା ଇ-ୱାଲେଟ୍ ବ୍ୟବହାର କରି ପେଟ୍ରୋଲ , ଡିଜେଲ ପକାଇଲେ ମିଳିବ ୦.୭୫ ପ୍ରତିଶତ ରିହାତି ।

ଆଇଓସିଏଲ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ ପେଟ୍ରୋଲ ଲିଟର ପିଛା ୪୯ ପଇସା ଓ ଡିଜେଲ ଲିଟର ପିଛା ୪୧ପଇସା ରିହାତି ମିଳିବ । ଏହି ରିହାତି ଅର୍ଥ ଗ୍ରାହକଙ୍କ ଆକାଉଂଟକୁ ତିନି ଦିନ ମଧ୍ୟରେ ଫେରି ଆସିବ । ରାଷ୍ଟ୍ରାୟତ ତୈଳ କମ୍ପାନୀର ସମସ୍ତ ପେଟ୍ରୋଲ ପମ୍ପରେ ଏହି ସୁବିଧା ଉପଲବ୍ଧ ହେବ । ଗତ ସପ୍ତାହରେ ଏନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଘୋଷଣା କରିଥିଲେ । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :