କାଳର କରାଳ ମୁହୂର୍ତ୍ତ ଆଣିଲା ହିଂସା ! ପୋଲିସ-ଜନତା ସଂଘର୍ଷ, ସରକାରୀ ଗାଡି ଜାଳିଲେ ‘ଗାଜା’ ପ୍ରଭାବିତ ।

128

ତାମିଲନାଡୁରେ ଆସିଥିବା ଭୟଙ୍କର ସାମୁଦ୍ରିକ ଝଡ ‘ଗାଜା’ ଚାଲିଯାଇଛି ସତ କିନ୍ତୁ କାଳର ସେହି କରାଳ ମୁହୂର୍ତ୍ତ ଉଜାଡିଦେଇଛି ସବୁକିଛି । ଝଡ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୪୫ରେ ପହଞ୍ଚିଥିବା ବେଳେ କ୍ଷତି ହୋଇଛି ଅନେକ ଧନଜୀବନ । ଆଉ ଏବେ ସରକାରଙ୍କ ପାଇଁ ବଡ କଷ୍ଟକର ହୋଇପଡିଛି ଉଦ୍ଧାରକାର୍ଯ୍ୟ । ପ୍ରଭାବିତ ଲୋକମାନଙ୍କୁ ସରକାରୀ ସହାୟତା ପହଞ୍ଚାଇବାରେ ସରକାରଙ୍କ ଉଦାସୀନତାକୁ ନେଇ ଗତ କାଲି ଅନେକ ଜିଲ୍ଲାରେ ବିରୋଧ ପ୍ରଦର୍ଶନ କରାଯାଇଛି । 

ପୋଲିସ ଏବଂ ପ୍ରଭାବିତ ଲୋକମାନଙ୍କ ଭିତରେ ସଂଘର୍ଷ ମଧ୍ୟରେ ୬ଟି ସରକାରୀ ବାହାନ ଜାଳି ଦିଆଯାଇଛି । ଏହା ସହ ଏହି ସଂଘର୍ଷରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ହିଂସା ଅପରାଧରେ ୬୦ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି । ତେବେ ପ୍ରବାବିତଙ୍କ ପାଇଁ ଯେଉଁ ସବୁ ଆଶ୍ରୟସ୍ଥଳୀ ଖୋଲାଯାଇଛି, ସେଥିରେ ଦିନକୁ ଦିନ ପ୍ରଭାବିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରିଲିଫ୍ ସାମଗ୍ରୀ ନିଅଣ୍ଟ ପଡୁଛି । ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ପ୍ରଭାବିତମାନେ ରାସ୍ତା ଅବରୋଧ କରିଥିଲେ । ଏହା ପରେ ପୋଲିସ ସହ ବିକ୍ଷୋଭକାରୀଙ୍କ ସଂଘର୍ଷ ହୋଇଥିଲା । ଏଥିରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଥିବା ବେଳେ ୬୦ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରିଛି ପୋଲିସ ।