ପର ପାରିରେ ଅଭିନେତା ସୀତାରାମ ପାଂଚାଲ୍ ! ଶେଷ ଦିନଯାଏ ଏହି କଳକାର ମାଗିଥିଲେ ସାହାଯ୍ୟ

46

ପାନ୍ ସିଂହ ତୋମାର ଓ ପିପଲି ଲାଇଭ୍ ଭଳି ଫିଲ୍ମରେ ଅଭିନୟ କରିଥିବା ଅଭିନେତା ସୀତାରାମ ପଂଚାଲଙ୍କର ଗୁରୁବାର ସକାଳ ୮ଟା୩୦ରେ ମୃତ୍ୟୁ ହୋଇଯାଇଛି । ସେ ଗତ ୪ ବର୍ଷ ହେଲା ବୃକକ୍ ଓ ଫୁସଫୁସ୍ କର୍କଟ ରୋଗରେ ପୀଡିତ ଥିଲେ । ଏହି ସମୟରେ ତାଙ୍କ ଓଜନ କମିଯାଇ ୩୦ କିଲୋ ହୋଇଯାଇଥିଲା ।

ସୀତାରାମ ପଂଚାଲ୍ ସ୍ଲମ୍ ଡଗ୍ ମିଲେନିୟର, ଦ ଲିଜେଣ୍ଡ ଅଫ୍ ଭଗତ ସିଂହ, ଜଲି ଏଲଏଲବି, ସାରେ ଜହାଁ ସେ ମହଙ୍ଗା, ହଲ୍ଲା ବୋଲ୍ ,ବ୍ୟାଣ୍ଡିଟ୍ କ୍ୱିନ୍ ଭଳି ଫିଲ୍ମରେ ମଧ୍ୟ କାମ କରିଛନ୍ତି । କିନ୍ତୁ ଅନ୍ତିମ ଦିନରେ ସେ ଆର୍ଥିକ ସମସ୍ୟାରେ ପଡିଥିଲେ । ଏହି କାରଣରୁ ସେ ମହଙ୍ଗା ଚିକିତ୍ସାକୁ ଛାଡି ଆୟୁର୍ବେଦ ଦ୍ୱାରା ଚିକିତ୍ସିତ ହେଉଥିଲେ ।

କିଛି ଦିନ ପୂର୍ବରୁ ସୀତାରାମଙ୍କ ସାହାଯ୍ୟ ପାଇଁ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ମଧ୍ୟ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଲେଖା ଥିଲା –‘ ଭାଇମାନେ ମୋର ସାହାଯ୍ୟ କରନ୍ତୁ । କର୍କଟ ରୋଗରେ ମୋର ଅବସ୍ଥା ପୁରା ଖରାପ ହୋଇଯାଇଛି । ଆପଣଙ୍କର କଳାକାର ଭାଇ ସୀରାରାମ ପଂଚାଲ୍ ।’

ଗତ ସାଢେ ୩ବର୍ଷ ହେଲା ବଲିଉଡର ତାଙ୍କର କିଛି ବନ୍ଧୁ ତାଙ୍କୁ ସାହାଯ୍ୟ କରୁଥିଲେ । ସେମାନଙ୍କ ମଧ୍ୟରେ ଇରଫାନ୍ ଖାନ୍ ,ପାଂଚାଳଙ୍କର ଏନଏସଡି ବ୍ୟାଚମେଟ୍ ସଂଜୟ ମିଶ୍ରା, ରୋହିତାଶ ଗୌଡ ,ଟିଭି ପ୍ରଡ୍ୟୁସର ( ଏକ ଘର୍ ବନାଉଙ୍ଗା) ରାକେଶ ପାଶ୍ୱାନ ଆଦି ସାମିଲ ଥିଲେ । ଟ୍ୱିଟରରେ ଫିଲ୍ମ ନିର୍ଦ୍ଦେଶକ ଅଶ୍ୱିନୀ ଚୈାଧୁରୀଙ୍କ ଭଳି ଅନେକ ଲୋକ ତାଙ୍କର ସହ ଯୋଗରେ ଆଗେଇଆସିଥିଲେ ।

ସ୍କୁଲ ଦିନରୁ ସୀତାରାମଙ୍କର ଅଭିନୟ ଖୁବ୍ ପସନ୍ଦ ଥିିଲା । ଗ୍ରାଜୁଏସନ ପରେ ଦିଲ୍ଲୀ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ତାଙ୍କର ସିଲେକ୍ସନ ହୋଇଥିିଲା । ଏହାପରେ ସେ ହିନ୍ଦି ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିଥିଲେ । ସେ ନିଜ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କର ୧୯ ବର୍ଷୀୟ ଜଣେ ପୁଅ ଅଛନ୍ତି । ସେ ଏବେ ପଢୁଛନ୍ତି ।