ପଂଚାୟତ ଭୋଟ ପାଇଁ କଂଗ୍ରେସରେ କିଏ ଷ୍ଟାର କ୍ୟାମ୍ପେନର : ଆଜି ନିର୍ବାଚନ କମିଶନଙ୍କୁ ତାଲିକା ଦେବେ ପିସିସି ସଭାପତି

28

କନକ ବ୍ୟୁରୋ : ନାମାଙ୍କନ ପତ୍ର ଦାଖଲକୁ ଆଉ ଦୁଇଦିନ ବାକି ଥିବା ବେଳେ ଚଳିତ ପଂଚାୟତ ନିର୍ବାଚନ ପାଇଁ ସମସ୍ତ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିସାରିଛି ରାଜ୍ୟ କଂଗ୍ରେସ । ୩୦ଟି ଜିଲ୍ଲାର ମୋଟ ୮୫୨ ଜିଲ୍ଲା ପରିଷଦ ଜୋନ ପାଇଁ ପ୍ରାର୍ଥୀ ଚୂଡାନ୍ତ ହୋଇସାରିଥିବା ସୂଚନା ଦେଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ।

ଫର୍ମ ନମ୍ବର ୧୮ରେ ଦଳୀୟ ପ୍ରାର୍ଥୀମାନେ ଗତ ୧୧, ୧୨ ଓ ୧୩ ତାରିଖରେ ନାମାଙ୍କନପତ୍ର ଦାଖଲ କରିସାରିଥିବାବେଳେ ଅନ୍ୟମାନେ ଆଜି ଓ ଆସନ୍ତାକାଲି ମଧ୍ୟରେ ଦଳୀୟ ଟିକେଟ ସହ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସେ କହିଛନ୍ତି । ଏହା ସହିତ ଦେଖନ୍ତୁ ଏହି ଭିଡିଓ :