ଅଧିନାୟକ ପଦ ହରାଇପାରନ୍ତି ସରଫରାଜ୍ ! କିଏ ଧରିବ ପାକିସ୍ତାନ କ୍ରିକେଟ୍ ଦଳର ମଙ୍ଗ ?

209

କନକ ବ୍ୟୁରୋ : ୨୦୧୯ କ୍ରିକେଟ୍ ବିଶ୍ୱକପରେ ପାକିସ୍ତାନର ନୈରାଶଜନକ ପ୍ରଦର୍ଶନ ପରେ ଅଧିନାୟକ ସରଫରାଜ ଅହମ୍ମଦଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏପରିକି ସରଫରାଜଙ୍କଠାରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧିନାୟକ ପଦ ଛଡାଇନେଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ କ୍ରିକେଟ୍ ବୋର୍ଡ ସରଫରାଜଙ୍କୁ ଟେଷ୍ଟ ଦଳର ଅଧିନାୟକ ପଦରୁ ବିଦା କରିପାରେ ।

୩୨ ବର୍ଷୀୟ ସରଫରାଜ ଅହମ୍ମଦ୍ ଏପର୍ଯ୍ୟନ୍ତ ୧୩ଟି ଟେଷ୍ଟ ମ୍ୟାଚରେ ପାକିସ୍ତାନ କ୍ରିକେଟ୍ ଦଳର ମଙ୍ଗ ସମ୍ଭାଳିଛନ୍ତି । ଆଉ ଯେଉଁଥିରେ ଦଳକୁ ୪ଟି ମ୍ୟାଚରେ ବିଜୟ ଆଉ ୮ଟି ମ୍ୟାଚରେ ପରାଜୟର ସ୍ୱାଦ ଚାଖିବାକୁ ପଡିଛି । ତେବେ ଯଦି ସରଫରାଜଙ୍କୁ ପାକିସ୍ତାନ ଅଧିନାୟକ ପଦରୁ ବାହାର କରୁଛି ତେବେ କିଏ ହେବ ନୂଆ ଅଧିନାୟକ ତାଉପରେ ରହିଛି ସମସ୍ତଙ୍କ ନଜର । ଆଉ କୁହାଯାଉଛି, ଆଇସିସି ଟେଷ୍ଟ ଚାମ୍ପିୟନସିପ୍ ପୂର୍ବରୁ ଟେଷ୍ଟ ଟିମ୍ ପାଇଁ ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିପାରେ ପାକ୍ କ୍ରିକେଟ୍ ବୋର୍ଡ ।