ଆସନ୍ତା ୧୮ରୁ ସଂସଦର ମୌସୁମୀ ଅଧିବେଶନ! ମୋଟ ୧୮ଟି କାର୍ଯ୍ୟ ଦିବସ ସହ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ ।

25

ଆସନ୍ତା ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ । ଏହି ମୌସୁମୀ ଅଧିବେଶନ ଜୁଲାଇ ୧୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଆନଥ କୁମାରଙ୍କ ସୁଚନା । ଏହି ମୌସୁମୀ ଅଧିବେସନରେ ୧୮ଟି କାର୍ଯ୍ୟ ଦିବସ ରହିଥିବା ଧାର୍ଯ୍ୟ କରାଯାଇଛି । ତେବେ ଗତ ଏପ୍ରିଲ ମାସରେ ସଂସଦରେ ବସିଥିବା ବଜେଟ ଅଧିବେଶନ ପୁରା ଫିକା ପଡିଯାଇଥିଲା । କାରଣ ଲୋକସଭା ୧ ପ୍ରତିଶତ ସମୟ ଆଲୋଚନା ହୋଇଥିବା ବେଳେ ରାଜ୍ୟସଭାରେ ୬ ପ୍ରତିଶତ ସମୟ ଆଲୋଚନା ହୋଇଥିଲା । ତେବେ ବାସ୍ତବିକ ଭାବେ ଲୋକସଭା ପାଇଁ ୨୧ ପ୍ରତିଶତ ଘଣ୍ଟା ଏବଂ ରାଜ୍ୟସଭା ସଦନ ପାଇଁ ୨୧ ପ୍ରତିଶତ ନିର୍ଦ୍ଦାରିତ ସମୟ ମଧ୍ୟରୁ ପୂର୍ବ ବଜେଟ ଅଧିବେଶନ ନୈରାଶ୍ୟ ଜନକ ଥିଲା ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।

ପୂର୍ବ ସଂସଦୀୟ ବଜେଟ ଅଧିବେଶନରେ ମୋଟ ୨୫୦ ଘଣ୍ଟା ବେକାର ହୋଇଯାଇଥିଲା ବୋଲି ଅର୍ଥ ବିଶେଷଜ୍ଞମାନେ ମତପ୍ରକାଶ କରିଥିଲେ । କାରଣ ପୂର୍ବ ବଜେଟ ଅଧିବେଶନରେ କେବଳ ପିଏନବି ଘୋଟାଲା ଏବଂ ଏସି-ଏସଟି ଅଧିନିୟମ ଭଳି ପ୍ରସଙ୍ଗରେ ସଂସଦରେ ଆଲୋଚନା ହୋଇଥିଲା । ଯାହାର ସୁଫଳ କିଛି ମିଳି ନଥିବା ମଧ୍ୟ ଅର୍ଥନୀତି ବିଶେଷଜ୍ଞମାନେ କହିଥିଲେ । ପିଆରଏସରୁ ମିଳିଥିବା ସୁଚନା ମୁତାବକ ଶେଷ ସଂସଦୀୟ ଅଧିବେଶନରେ ୨ହଜାର ଉତ୍ପାଦକ ପ୍ରସ୍ତାବ ପାଇଁ ଆଲୋଚନା ହେବାର ଥିଲେ ମଧ୍ୟ ଲୋକସଭାରେ ସରକାରୀ ବିଲ ଉପରେ କେବଳ ୩ମିନିଟ ସମୟ ଦିଆଯାଇଥିବାବେଳେ ରାଜ୍ୟସଭାରେ ମାତ୍ର ୧୪ ମିନିଟ ସମୟ ଆଲୋଚନା କରାଯାଇଥିଲା । ଯାହାକି ୨୦୧୪ ମସିହା ପରଠାରୁ ସବୁଠାରୁ କମ ସଂସଦୀୟ ଆଲୋଚନା ଅଧିବେଶନ ସମୟ ବୋଲି ଦର୍ଶାଇଛି ।