ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ : ବିନା ଆଲୋଚନାରେ କୌଣସି ପ୍ରସଙ୍ଗ ଉପରେ ଆଭିମୁଖ୍ୟ ସ୍ପଷ୍ଟ କରିବେ ନାହିଁ ସାଂସଦ

25

କନକ ବ୍ୟୁରୋ : ମୌସୁମୀ ଅଧିବେଶନ ଆଗରୁ ଦଳୀୟ ସାଂସଦଙ୍କୁ ନବୀନଙ୍କ ନିର୍ଦ୍ଦେଶ । ଜାତୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ସାଂସଦଙ୍କ ପାଇଁ ଲକ୍ଷ୍ମଣରେଖା ନିର୍ଦ୍ଧାରଣ କରିଛନ୍ତି ବିଜେଡି ମୁଖିଆ । କହିଛନ୍ତି, ତାଙ୍କ ସହ ବିନା ଆଲୋଚନାରେ କୌଣସି ପ୍ରସଙ୍ଗ ଉପରେ ଆଭିମୁଖ୍ୟ ସ୍ପଷ୍ଟ କରିବେ ନାହିଁ ସାଂସଦ । ନବୀନଙ୍କ ସହ ଆଲୋଚନା ପରେ ହିଁ ସେମାନେ ମତ ରଖିବା ବୋଲି କହିଥିବା ଜଣାପଡିଛି । ଖାଲି ଏତିକି ନେଇ ଅଧିବେଶନ ସରିବା ପରେ ସାଂସଦଙ୍କ ପ୍ରଦର୍ଶନର ସମୀକ୍ଷା ହେବ । ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ସାଂସଦ କେଉଁଭଳି ଭାବରେ କାମ କରିଛନ୍ତି ତାର ଅନୁଧ୍ୟାନ କରିବେ ନବୀନ । ସଂସଦରେ ଦଳ କେଉଁ ସବୁ ପ୍ରସଙ୍ଗ ଉଠାଇବ ତାର ବିଷଦ ତଥ୍ୟ ନବୀନ ସାଂସଦଙ୍କୁ ଦେଇଛନ୍ତି ।