ଖାଦ୍ୟ ଠିକ୍ ସମୟରେ ମିଳିଲାନି ବୋଲି ୱେଟରକୁ ଗୁଳି କରି ହତ୍ୟା କଲା ଗ୍ରାହକ ! ପୀଡିତଙ୍କ ଘଟଣାସ୍ଥଳରେ ମୃତ୍ୟୁ ।

309

ଆଜିର ସମୟରେ ଲୋକଙ୍କ ମଧ୍ୟରେ ଧର୍ଯ୍ୟର ଅଭାବ ଦେଖାଯାଉଛି । ଯେଉଁଥିପାଇଁ ବିଭିନ୍ନ ସମୟରେ ସାଧାରଣ କଥାକୁ ନେଇ ମଧ୍ୟ ଅନେକ ବାଦବିବାଦ ଦେଖାଦେଉଛି । ଏଭଳି ଏକ ଘଟଣା ଘଟିଛି ଫ୍ରାନ୍ସର ରାଜଧାନୀ ପ୍ୟାରିସରେ । ଏଠାକାର ଏକ ରେଷ୍ଟୁରାଣ୍ଟରେ ଜଣେ ଗ୍ରାହକ ପିଜ୍ଜା ଏବଂ ସାଣ୍ଡୱିଚ୍ ଅର୍ଡର ଦେଇଥିଲେ । କିନ୍ତୁ ଅର୍ଡର ବିଳମ୍ବରେ ଆସିବାରୁ ଗ୍ରାହକ ଜଣକ ୱେଟରଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ସୂଚନାନୁସାରେ, ଗ୍ରାହକଙ୍କୁ ନିଜ ଅର୍ଡର ପାଇଁ ଅନେକ ସମୟ ଧରି ଅପେକ୍ଷା କରିବାକୁ ପଡିଥିଲା ତେଣୁ ସେ କ୍ରୋଧରେ ଆସି ୱେଟରଙ୍କୁ ଗୁଳି ମାରିଥିଲେ । ପୋଲିସ୍ ମୁତାବକ , ନାଇଜି –ଲେ-ଗ୍ରେଣ୍ଡ ନାମକ ଏକ ରେଷ୍ଟୁରାଣ୍ଟରେ ଶୁକ୍ରବାର ରାତି ଗୁଳି ଫୁଟିବାର ଶବ୍ଦ ହେବାରୁ ହୋଟେଲ୍ ସହକର୍ମୀମାନେ ପୋଲିସକୁ ଏନେଇ ସୂଚନା ଦେଇଥିଲେ । ୱେଟରଙ୍କ କାନ୍ଧରେ ଗୁଳି ଲାଗିଥିବାରୁ ପୀଡିତ (୨୮) ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ , ଖାଦ୍ୟ ସଠିକ୍ ସମୟରେ ପ୍ରସ୍ତୁତ ନହୋଇଥିବାରୁ ଭୋକିଲା ଗ୍ରାହକ ଜଣକ କ୍ରୋଧର ନିଆଁରେ ଜଳୁଥିଲା । ତେଣୁ ସେ ନିଜ ହିତାହିତ ଜ୍ଞାନ ଭୁଲି ୱେଟର୍ ଉପରକୁ ଗୁଳି ଚଳାଇଥିଲା ଏବଂ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା ।