କୁନି ପୁଅକୁ କାରରେ ଛାଡି କିଣାବିକାରେ ମସଗୁଲ ବାପା ମା’ ଆଉ ତା ପରେ …

29

ବାପା ମା’ଙ୍କୁ ଛୁଆପ୍ରତି ବିଶେଷ ଧ୍ୟାନ ରଖିବା ଆବଶ୍ୟକ । କିନ୍ତୁ କିଛି ମୂହୁର୍ତ୍ତର ଅବହେଳା ଯେ ଛୁଆପ୍ରତି କିଭଳି ପରିସ୍ଥିତି ଆଣିଦିଏ ତାହା ଉତ୍ତରପ୍ରଦେଶର ଏହି ଘଟଣାରୁ ଆପଣ ଜାଣିପାରିବେ । ଉତ୍ତରପ୍ରଦେଶର ବହରାଇଚ୍ ଠାରେ ବୁଧବାର ଏକ ଦମ୍ପତି ସପିଙ୍ଗ୍ କରିବା ପାଇଁ କାରରେ ରାମଗାଁଓ ସପିଙ୍ଗ୍ ସେଣ୍ଟରକୁ ଯାଇଥିଲେ ଏବଂ ସାଙ୍ଗରେ ନେଇଯାଇଥିଲେ ନିଜ ୪ ବର୍ଷର କୁନି ପୁଅକୁ । କିନ୍ତୁ ଅଧିକ ଖରା ଏବଂ ଦୋକାନରେ ଲୋକଙ୍କ ଭିଡ ରହିଥିବାରୁ ଦମ୍ପତି ଛୁଆଟିକୁ କାରରେ ହିଁ ବସାଇ ସପିଙ୍ଗ୍ ପାଇଁ ଚାଲି ଯାଇଥିଲେ । ଦୋକାନକୁ ଗଲାବେଳେ ଭୁଲବଶତଃ କାରଟିକୁ ଲକ୍ କରି ଚାଲିଯାଇଥିଲେ । ଭୀଷଣ ଖରା ସାଙ୍ଗକୁ ଅସହ୍ୟ ଗରମର ଜ୍ୱାଳାରେ ଛୁଆଟି ଛଟପଟ ହୋଇ କାର୍ ଭିତରେ ବେହୋସ୍ ହୋଇ ପଡିଥିଲା ।

ଦୁଇଘଣ୍ଟା ପରେ ଉଭୟ ଦମ୍ପତି କିଣାକିଣି ସାରି କାରକୁ ଯେତେବେଳେ ଆସିଲେ କାର୍ ଖୋଲିବା ପରେ ଉଭୟଙ୍କ ହୋସ୍ ଉଡିଯାଇଥିଲା । କାର୍ ଭିତରୁ ବେହୋସ୍ ଛୁଆକୁ ଦେଖି ମା’ କାନ୍ଦିକାନ୍ଦି ବେହାଲ୍ ହୋଇଯିବାବେଳେ ଛୁଆଟିକୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଗଲା । କିନ୍ତୁ ଶ୍ୱାସରୁଦ୍ଧ ହେବା ଦ୍ୱାରା ଡାକ୍ତର ପୁଅଟିକୁ ମୃତ ଘୋଷଣା କରିଥିଲେ । ତେବେ ଏ ନେଇ ଥାନାରେ ଏଯାବତ୍ କୌଣସି ଖବର ପହଞ୍ଚିନଥିବା କଥା ଥାନାଧିକାରୀ କହିଥିଲେ ।