୧୧ଟି ଜିଲ୍ଲାର ୩୨ ବୁଥରେ ସରିଲା ସାନି ମତଦାନ

26

କନକ ବ୍ୟୁରୋ : ସାନି ମତଦାନ ବେଳେ ପୁଣି କଟକ ଜିଲ୍ଲା ନିଆଳି ଗାଁରେ ଉତେଜନା ହୋଇଛି । ପରିସ୍ଥିତି ଅଣାୟତ ହେବାରୁ ପୁଣି ମତଦାନ ବାତିଲ କରିଦିଆ ଯାଇଛି । ୬ଟି ବୁଥରେ ନୁହେଁ ପଂଚାୟତରେ ହୋଇଥିବା ସମସ୍ତ ୨୩ଟି ବୁଥ୍ରେ ସାନି ମତଦାନ ପାଇଁ ଦାବି ଜୋର ଧରିଛି । ବ୍ଲକର ଗୋଟିଏ ଗୋଷ୍ଠୀ ସମସ୍ତ ବୁଥ୍ରେ ମତଦାନ କରିବା ପାଇଁ ଅଡି ବସିଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରିଛି । ଯାହାକୁ ନେଇ ଆଜି ସାନି ମତଦାନ ସମୟରେ ୨ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପୁଲିସ ଉପସ୍ଥିତିରେ ପୋଖରୀ ଗାଁରେ ଉଭୟ ଗୋଷ୍ଠୀର ମହିଳାମାନେ ଧସ୍ତାଧସ୍ତି ହୋଇଥିଲେ । ଏହାପରେ ସାନି ମତଦାନ ବାତିଲ କରାଯାଇଛି ।