ଜୁଲାଇ ୧ ରୁ ଖାରଜ ହୋଇପାରେ ପାନକାର୍ଡ !

34

ଯଦି ଆପଣଙ୍କ ପାନକାର୍ଡ ଏବଂ ଆଧାର କାର୍ଡରେ ନାଁର ବନାନ ଅଲଗା ଅଲଗା ରହିଛି ତେବେ ତୁରନ୍ତ ପରିଶୋଧନ କରିନିଅନ୍ତୁ । ନଚେତ୍ ଜୁଲାଇ ୧ ପରେ ଖାରଜ ହୋଇପାରେ ପାନକାର୍ଡ । କାରଣ ଜୁଲାଇ ୧ ଭିତରେ ପାନକାର୍ଡକୁ ଆଧାର କାର୍ଡ ସହ ସଂଯୋଗ କରିବାକୁ ଆଦେଶ ଦେଇଛନ୍ତି କେନ୍ଦ୍ର ସରକାର । ନାଁର ବନାନ ଅଲଗା ରହିଲେ ଆଧାର କାର୍ଡ ସହ ପାନକାର୍ଡ ସଂଯୋଗ ହୋଇ ପାରିବ ନାହିଁ । କେବଳ ସେତିକି ନୁହେଁ ବ୍ୟାଙ୍କ୍ ଏକାଉଂଟରେ ମଧ୍ୟ ନାଁର ବନାନ ଅଲଗା ରହିଲେ ପାନକାର୍ଡ ସହ ଆଧାର କାର୍ଡ ଲିଙ୍କ୍ ହୋଇ ପାରିବ ନାହିଁ । ଆଉ ଏପରି ସ୍ଥଳେ ପାନକାର୍ଡ ଖାରଜ ହୋଇପାରେ ।

ସୂଚନା ଅନୁଯାୟୀ, ଯଦି ୧ ଜୁଲାଇ ମଧ୍ୟରେ ଆଧାର କାର୍ଡ ସହ ପାନକାର୍ଡ ସଂଯୋଗ ନକଲେ ପାନକାର୍ଡ ଖାରଜ ହୋଇଯିବ । ଯାହା ଦ୍ୱାରା ଆପଣ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଜମା କରିପାରିବେନି । କାରଣ ଏହା ପାଇଁ ଉଭୟ ପାନକାର୍ଡ ଏବଂ ଆଧାର କାର୍ଡ ବାଧ୍ୟତା ମୂଳକ । ଟ୍ୟାକ୍ସ କଲେକ୍ସନକୁ ବଢାଇବା ପାଇଁ ଇନକମ୍ ଟ୍ୟାକ୍ସ ବିଭାଗ ଏହି ପଦକ୍ଷେପ ନେଇଥିବାର ସୂଚନା ମିଳିଛି । ଏହା ଦ୍ୱାରା ଟ୍ୟାକ୍ସ ଚୋରୀକୁ ଅଟକାଇବା ସହଜ ହୋଇଯିବ ।

ଯଦି ଆପଣଙ୍କର ବି ନାଁ ବନାନ ଅଲଗା ଅଲଗା ରହିଛି ତେବେ ଠିକ୍ କରିବା ପାଇଁ ଇନକମ୍ ଟ୍ୟାକ୍ସ ବିଭାଗର ୱେବ ସାଇଟରେ ଦିଆଯାଇଥିବା ଲିଙ୍କ୍ ଜରିଆରେ ଅବେଦନ କରନ୍ତୁ । ସେହିପରି ଅନଲାଇନ୍ ଆବେଦନ କରି ଆଧାର କାର୍ଡରେ ମଧ୍ୟ ସୁଧାର କରି ପାରିବେ ।