ମା’ ଓ ନେହରୁଙ୍କ ମଧ୍ୟରେ ଥିଲା ପ୍ରେମସଂପର୍କ ହେଲେ ନଥିଲା ଶାରୀରିକ ସଂପର୍କ ! ନିଜ ବହି ଜରିଆରେ ପ୍ରକାଶ କଲେ ମାଉଂଟବେଟେନଙ୍କ ଝିଅ

43

ଜବାହରଲାଲ୍ ନେହରୁ ଏବଂ ଏଡୱିନା ମାଉଂଟବେଟେନଙ୍କ ମଧ୍ୟରେ ଥିଲା ପ୍ରେମସପର୍କ । ଏନେଇ ଅନେକ ଲେଖା ଏବଂ କାହାଣୀ ମଧ୍ୟ ଶୁଣିବାକୁ ମିଳିଛି । କିନ୍ତୁ ପ୍ରକୃତରେ ଉଭୟଙ୍କ କେଉଁ ସଂପର୍କ ଥିଲା ସେନେଇ ମୁହଁ ଖୋଲିଛନ୍ତି ମାଉଂଟବେଟେନଙ୍କ ଝିଅ ପାମେଲା ମାଉଂଟବେଟେନ୍ । ପାମେଲା କହିଛନ୍ତି, ନେହରୁ ଏବଂ ଏଡୱିନା ପରସ୍ପରକୁ ପ୍ରେମ କରୁଥିଲେ ଏହା ସହ ସମ୍ମାନ ମଧ୍ୟ କରୁଥିଲେ । କିନ୍ତୁ ଉଭୟଙ୍କ ସଂପର୍କ କେବେ ଶାରୀରିକ ନଥିଲା । ତେବେ ଏକଥା ଆମେ କହୁନାହୁଁ । ଜାତୀୟ ଗଣମାମାଧ୍ୟରେ ଏଭଳି ଖବର ପ୍ରକାଶିତ ହୋଇଛି । ଖବରର ସତ୍ୟତା ବା ପ୍ରକାଶନକୁ ନେଇ ହୁଏତ ଦ୍ୱିମତ ଆସିପାରେ ।

ଭାରତର ଅନ୍ତିମ ଭାଇସରୟ ଲୁଇସ୍ ମାଉଂଟବେଟେନଙ୍କ ଝିଅ ପାମେଲା ନିଜ ବହି ‘ଡଟର୍ ଅଫ୍ ଏମ୍ପାୟର୍ – ଲାଇଫ୍ ଆଜ୍ ଏ ମାଉଂଟବେଟେନ୍’ ରେ ନେହରୁ ଏବଂ ଏଡୱିନା ମାଉଂଟବେଟେନଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଅନେକ କିଛି ରହସ୍ୟ ଖୋଲିଛନ୍ତି  ।  ଏହି ବହି ଅନୁଯାୟୀ, ଲୁଇସ୍  ମାଉଂଟବେଟେନଙ୍କୁ ଯେତେବେଳେ ଭାରତର ଶେଷ ଭାଇସରୟ ଭାବରେ ନିଯୁକ୍ତ କରାଯାଇଥିଲା ସେତେବେଳେ ପାମେଲାଙ୍କ ବୟସ ଥିଲା ମାତ୍ର ୧୭ ବର୍ଷ  । ସେ ନିଜ ମା ଏଡୱିନା ଏବଂ ନେହରୁଙ୍କ ମଧ୍ୟରେ ବଢୁଥିବା ସଂପର୍କର ଗଭୀରତାକୁ ଦେଖିଥିଲେ  ।

ପାମେଲା ଏହି ସଂପର୍କକୁ ଅଧିକ ଜାଣିବାକୁ ଉତ୍ସୁକ ଥିଲେ । ତେବେ ତାଙ୍କ ମା’ଙ୍କ ନିକଟକୁ ନେହରୁ ଲେଖିଥିବା ଚିଠିରୁ ସେ ଅନୁଭବ କରିଥିଲେ ଯେ ଉଭୟ ପରସ୍ପରକୁ କିଭଳି ପ୍ରେମ ଏବଂ ସମ୍ମାନ କରୁଥିଲେ । ଏହା ସହ ଏହି ବହିରେ ପାମେଲା ଲେଖିଛନ୍ତି ନେହରୁ ଏବଂ ଏଡୱିନାଙ୍କ ମଧ୍ୟରେ କୌଣସି ପ୍ରକାର ଶାରୀରିକ ସଂପର୍କ ନଥିଲା  । କାରଣ ଉଭୟଙ୍କ ଜୀବନ ସାର୍ବଜନୀନ ଥିଲା ଏବଂ ସେମାନେ ନିଜ ନିଜ କାମରେ ଖୁବ୍ ବ୍ୟସ୍ତ ଥିଲେ  । ଏହା ସହ ଉଭୟଙ୍କ ପାଖରେ ସବୁବେଳେ ପୁଲିସ୍ ଏବଂ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହୁଥିଲେ  ।

ଏହି ବହି ଅନୁଯାୟୀ, ଭାରତରୁ ବିଦାୟ ନେବା ସମୟରେ ଏଡୱିନା ନିଜର ଏକ ମୁଦି ନେହରୁଙ୍କୁ ଉପହାର ସ୍ୱରୁପ ଦେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କୁ ଜଣାଥିଲା ନେହରୁ ଏହାକୁ ଗ୍ରହଣ କରିବେ ନାହିଁ । ତେଣୁ ସେ ମୁଦିଟିକୁ ଝିଅ ଇନ୍ଦିରା ଗାନ୍ଧିଙ୍କୁ ଦେଇ କହିଥିଲେ, ଯଦି କେବେ ନେହରୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ଏହାକୁ ବିକ୍ରି କରିଦେବେ । କାରଣ ନେହରୁ ସର୍ବଦା ନିଜ ସମ୍ପତିକୁ ଦାନ କରିବାରେ ପ୍ରସିଦ୍ଧ ଥିଲେ  ।

ସୌଜନ୍ୟ : ଆଜତକ୍