ଚୀନ ଗସ୍ତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ : ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ନିଜ ପିଏମଙ୍କୁ ଦେଖାଇଲା ଭିକାରୀ, ସୋଶିଆଲ ମିଡିଆରେ ହେଲା ଟ୍ରୋଲ୍

ଚୀନରେ ନିଜ ପିଏମଙ୍କ ସାମନାରେ ଟ୍ରୋଲ ହେଲା ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ

179

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଏହି ସମୟରେ ଚୀନ ଗସ୍ତରେ ଯାଇଛନ୍ତି । ପାକିସ୍ତାନ ଏହି ସମୟରେ ଗମ୍ଭୀର ଆର୍ଥିକ ସଂକଟରେ ଘେରି ହୋଇଛି । ଏମିତିରେ ସମସ୍ତେ ଭାବୁଛନ୍ତି କି ଇମରାନ ଖାନଙ୍କ ଏହି ଚୀନ ଗସ୍ତ ଆର୍ଥିକ ସହାୟତା ମାଗିବା ପାଇଁ ହେଉଛି । କିନ୍ତୁ ଏହି ଗସ୍ତ ସମୟରେ ପାକିସ୍ତାନର ସରକାରୀ ଟିଭିରେ କିଛି ଏମିତି ହେଲା, ଯାହାକୁ ପାକିସ୍ତାନର ସରକାରୀ ଟିଭି ଟ୍ରୋଲ୍ସ ହେବାର ଟାର୍ଗେଟରେ ଆସିଗଲା ଓ ପାକିସ୍ତାନୀ ସରକାରକୁ ବି ଅପମାନିତ ହେବାକୁ ପଡିଲା ।

ପ୍ରକୃତରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମରାନ ଖାନ ଯେବେ ଚୀନର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିଲେ, ସେତେବେଳେ ପାକିସ୍ତାନର ସରକାରୀ ଟିଭି ପିଟିଭି ନ୍ୟୁଜରେ ଏହାର ସିଧା ପ୍ରସାରଣ କରାଯାଇଥିଲା । କିନ୍ତୁ ଏହି ସମୟରେ ଟିଭିରେ ଚୀନର ରାଜଧାନୀ ବେଜିଂ ନାମ ବଦଳରେ ବେଗିଙ୍ଗ(ଈରଶଶସଦ୍ଭଶ) ଅର୍ଥାତ୍ ଭିକ ମାଗିବା ଲେଖା ହୋଇଥିଲା । ଯେମିତି ହି ଲୋକଙ୍କ ନଜର ଏହା ଉପରେ ପଡିଲା, ଲୋକମାନେ ସୋଶିଆଲ ମିଡିଆରେ ପିଟିଭିକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଥିଲେ । ବେଜିଂ ବଦଳରେ ବେଗିଙ୍ଗ ଲେଖା ହୋଇକି ପାଖାପାଖି ୨୦ ସେକେଣ୍ଡ ପର୍ଯ୍ୟନ୍ତ ପାକିସ୍ତାନର ରାଷ୍ଟ୍ରୀୟ ଟେଲିଭିଜନରେ ପ୍ରସାରଣ ହୋଇଥିଲା । ପରେ ପିଟିଭି ନିଜର ଅଫିସିଆଲ ଟ୍ୱିଟରରେ ଏହାପାଇଁ କ୍ଷମା ପ୍ରାର୍ଥନା ମାଗିଥିଲେ ।