ପାକିସ୍ତାନ ନିର୍ବାଚନୀ ରାଲୀରେ ଅଳ୍ପକେ ବର୍ତ୍ତିଗଲେ ନେତା : ଭାଷଣ ଦେଉଥିବା ସମୟରେ ଭାଙ୍ଗିପଡିଲା ମଞ୍ଚ

43

କନକ ବ୍ୟୁରେ : ପାକିସ୍ତାନରେ ଆଗାମୀ ଜୁଲାଇ ମାସ ୨୫ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ବର୍ତ୍ତମାନ ସମୟରେ ସେଠାରେ ନିର୍ବାଚନି ପାଣିପାଗ ସରଗରମ ହେବାରେ ଲାଗିଛି । ଲୋକମାନଙ୍କ ମନ ଜିଣିବା ଲାଗି ସମସ୍ତ ରାଜନୈତିକ ଦଳ ଅନେକ ସ୍ଥାନରେ ସଭା ଆୟୋଜନ କରୁଥିବାର ଦେଖାଯାଇଛି । ତେବେ ପାକିସ୍ତାନର କବାୟଲି ଜିଲ୍ଲାରେ ମହମ୍ମଦ ଜମାତ- ଏ -ଇସଲାମୀ ଦଳ ରାଲି କରି ସରକାରକୁ ଆସିଲେ କିପରି ଭାବରେ ଲୋକମାନଙ୍କ ଲାଗି ଉନ୍ନୟନ ମୂଳକ କାମ କରିବ ସେ ନେଇ ସଭା ଆରମ୍ଭ କରିଥିଲ । ଏହି ସଭାରେ ନେତାମାନଙ୍କ ଲାଗି ଏକ ମଞ୍ଚ ପ୍ରସ୍ତୁତ କରାଯାଇଥିଲା । ସେଠାକାର ଲୋକମାନେ ରାଲି କରି ଆସିବା ପରେ ପୂର୍ବରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସଭା ଆରମ୍ଭ ହୋଇଥିଲା । ତେବେ ମଞ୍ଚରେ ସମସ୍ତ ଛାମୁଆ ନେତାମାନେ ଚଢି ଭାଷଣ ଦେବା ଆରମ୍ଭ କରିଥିଲେ । ଏହି ସଭା କିଛି ସମୟ ଆରମ୍ଭ ହେଲାପରେ ହଠାତ ମଞ୍ଚ ଭାଙ୍ଗିଯାଇଥିବାର ଦେଖିବାକୁ ମିଳିଛି । ମଞ୍ଚ ଭାଙ୍ଗିପଡିବାରୁ ସେଠାରେ ଉପସ୍ଥିତ ଥିବା ନେତାମାନେ ତଳେ ପଡିଯାଇଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ହଠାତ ଏପରି ହେବାର ଦେଖି ଆତଙ୍କିତ ହୋଇଯାଇଥିଲେ । ପାକିସ୍ତାନ ଗଣମାଧ୍ୟମର ସୂଚନା ଅନୁସାରେ ମଞ୍ଚ ଯେତିକି ନେତାଙ୍କ ପାଇଁ ନିର୍ମାଣ କରାଯାଇଥିଲା ତାହାଠାରୁ ଢେର ଅଧିକ ଓଜନର ନେତା ସେଠାରେ ଚଢିଥିଲେ । ତେଣୁ ଓଜନ ସମ୍ଭାଳି ନପାରିବାରୁ ଏପରି ପରିସ୍ଥିତି ଘଟିଛି ।

ଏହାପରେ ଜମାତ- ଏ-ଇସଲାମୀ ନେତାମାନେ ତଳେ ପଡିଯାଇଥିଲେ । କିନ୍ତୁ କିଛି ସମୟ ପରେ ବାହାରକୁ ଆସି ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ହାତ ହଲାଇ ବସିବା ପାଇଁ କହିଥିଲେ ଓ ଏହାସହ ସେ ସମୂର୍ଣ୍ଣ ଭାବରେ ସୁସ୍ଥଥିବା କହିବା ସହ ଉପସ୍ଥିତ ଥିବା ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ କହିଥିଲେ ଯେ, ଆମେ ମାନେ ଠିକ ଅଛୁ । ଅତ୍ୟଧିକ ଲୋକ ମଞ୍ଚ ଉପରେ ଚଢି ଯିବାରୁ ଏପରି ଅବସ୍ଥା ହୋଇଛି । କିନ୍ତୁ ଭଗବାନଙ୍କ କୃପାରୁ ଆମେ ମାନେ ଭଲ ଅଛୁ ବୋଲି ନେତାମାନେ କହିଥିଲେ । ସୂଚନା ଅନୁସାରେ ପାକିସ୍ତାନରେ ଜୁଲାଇ ୧୬ ତାରିଖରେ ଏକ ମଞ୍ଚ ଭୁଶୁଡି ପଡିଥିଲା । ତେବେ ସେଠାରେ ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ମଧ୍ୟ ସୂଚନା ମିଳିଛି । ଆଉ ମାତ୍ର ୫ ଦିନ ସମୟ ବାକି ଥିବାରୁ ସମସ୍ତ ଦଳ ନିର୍ବାଚନୀ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି ।