ଦୁର୍ନୀତି ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ୭ବର୍ଷ ଜେଲ୍ ଦଣ୍ଡ, ୨.୫ କୋଟି ଡଲାର ଜରିମାନା

126

ଭ୍ରଷ୍ଟାଚାର ବିରୋଧୀ ଅଦାଲତ ସରିଫଙ୍କ ବିରୋଧରେ ଚାଲୁଥିବା ୨ଟି ମାମଲା ଉପରେ ନିଜର ରାୟ ପ୍ରକାଶ କରିଛନ୍ତି । ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଦୁର୍ନୀତି ମାମଲାରେ ୭ବର୍ଷ ଜେଲ୍ ଦଣ୍ଡ ଶୁଣାଯାଇଛି । ଆଜି ଆସିଲା ରାୟ । ସରିଫଙ୍କୁ ଅଲ ଅଜିଜିୟା ଷ୍ଟିଲ ମାମଲାରେ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ବ୍ୟତୀତ ସରିଫଙ୍କ ଉପରେ ୨.୫ କୋଟି ଡଲାରର ଜରିମାନା ଲଗାଯାଇଛି । ଏହା ପୂର୍ବରୁ ମଧ୍ୟ ଭ୍ରଷ୍ଟାଚାର ବିରୋଧରେ ନୱାଜ ସରିଫ ଜେଲରେ ସଜା କାଟୁଛନ୍ତି ।

ଗତ ସପ୍ତାହରେ ୬୮ବର୍ଷୀୟ ସରିଫଙ୍କ ବିରୋଧରେ ଫ୍ଲାଗସିପ୍ ନିବେଶ ଓ ଅଲ-ଅଜିଜିୟା ମାମଲାରେ ଶୁଣାରି ପୁରା କରି କୋର୍ଟ ଏହି ଫଇସଲାକୁ ସୁରକ୍ଷିତ ରଖିଥିଲା । ଫଇସଲା ପୂର୍ବରୁ ଆଜି କୋର୍ଟ ବାହାରେ ବହୁତ ହଙ୍ଗାମା ହୋଇଗଲା । ଗତ କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପାରୋଲରେ ଜେଲରୁ ବାହାରେ ଥିଲେ । ପାକିସ୍ତାନ ସୁପ୍ରିମକୋର୍ଟ ତାଙ୍କୁ ତାଙ୍କ ପଦରୁ ବହିଷ୍କୃତ କରିଥିଲେ । ସୂଚନାଯୋଗ୍ୟ, ଏବର୍ଷ ଏୱନଫିଲ୍ଡ ପ୍ରପର୍ଟିଜ୍ ମାମଲାରେ ଏହି ଜୁଲାଇରେ ନୱାଜ୍ ସରିଫଙ୍କୁ ୧୧ବର୍ଷ ଓ ତାଙ୍କ ଝିଅ ମରିୟମ୍ ସରିଫଙ୍କୁ ୮ବର୍ଷର ସଜା ହୋଇଥିଲା ।