ଅଦିନିଆ ବର୍ଷାର ଦାଉ : ଉଜୁଡି ଗଲା ଫସଲ

16

ବରଗଡ : ଉଜୁଡି ଯାଇଛି ଫସଲ । ଅଦିନିଆ ବର୍ଷା ସାଜିଛି ଦାଉ । ପାଣି ଭିତରେ ବୁଡ଼ି ରହିଛି ଏକର ଏକର ଧାନ । ବିଲରେ ହିଁ ଗଜା ହୋଇଗଲାଣି । ଅଦିନିଆ ବର୍ଷା ପବନ ଯୋଗୁଁ ଚିନ୍ତାରେ ବରଗଡ଼ ଜିଲ୍ଲା ଚାଷୀ । । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ କେମିତି ଋଣ ପ୍ରତିଶୋଧ କରିବେ, ତାକୁ ନେଇ ଚିନ୍ତାରେ । ଆଉ ଏବେ ସରକାରୀ ସହାୟତ ଉପରେ ଭରସା କରି ରହିଛନ୍ତି ଚାଷୀ ।

ଅନ୍ୟପଟେ ଅମଲ ହୋଇଥିବା ଧାନ, ଖଳାରେ ପଡ଼ି ରହିଛି । ଟୋକନ୍ ମିଳୁଥିବାରୁ ଧାନ ବିକ୍ରି ହୋଇପାରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏଥର ବରଗଡ଼ ଜିଲ୍ଲାରେ ୧୪ ଲକ୍ଷ କ୍ୱିଟାଂଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛି ପ୍ରଶାସନ । ହେଲେ ଅଦିନିଆ ବର୍ଷା ଯୋଗୁଁ ଗୋଡ଼ଭଗା ଓ ଅତାବିରା ଅଂଳଚରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ତେତେ ଫସଲବୀମା କରିଥିବା ଚାଷୀଙ୍କୁ ଠିକ୍ ସମୟରେ କ୍ଷତିପୂରଣ ମିଳିବ ବୋଲି ଉପ-ଜିଲ୍ଲାପାଳ କହିଛନ୍ତି । କ୍ଷୟକ୍ଷତିର ଆକଳନ ପରେ ଚାଷୀଙ୍କୁ ସହାୟତା ଏବଂ କୃଷିବୀମା ଟଙ୍କା ଉପରେ ହିଁ ଏବେ ଚାଷୀଙ୍କ ପାଇଁ ଭରସା ।