ଅନଲାଇନ ସପିଙ୍ଗରେ ସମ୍ଭବୀ ଆଣିଲେ ନୂଆ ସମ୍ଭାବନା ! ନିଆରା ଉପାୟରେ ଆରମ୍ଭ କଲେ କମ୍ପାନି, ଦୁଇ ବର୍ଷ ଭିତରେ କରୁଛନ୍ତି କୋଟି କୋଟି ଟଙ୍କା ରୋଜଗାର

73

ଅନଲାଇନ ଟ୍ରେଣ୍ଡ ମାୟାରେ ଏବେ ଭାରତର ଯୁବଗୋଷ୍ଠୀ । ହାତମୁଠାରେ ପୂରା ବିଶ୍ୱ । କୌଣସି ଜିନିଷ କିଣିବା ପାଇଁ ଆଉ ବାହାରକୁ ଯିବାର ଆବଶ୍ୟକତା ନାହିଁ । ମାତ୍ର ଗୋଟିଏ କ୍ଲିକରେ ମିଳିଯାଉଛି ସବୁ ଦରକାରୀ ଜିନିଷ । ଗୋଟିଏ କ୍ଲିକରେ ଘରେ ପହଞ୍ଚୁଛି ଜିନିଷ । କିନ୍ତୁ ଅନଲାଇନ ଜିନିଷ ଅର୍ଡର କରୁଥିବା ଗ୍ରାହକ ମାନେ ଅଧିକାଂଶ ସମୟରେ ଠକାମିର ଶିକାର ହେଉଛନ୍ତି । ଏପରିକି ଠକାମିର ଶିକାର ହେଉଥିବା ଗ୍ରାହକ ଆଉ ଥରେ ଅନଲାଇନ କିଣାବିକା ଉପରେ ଭରସି ପାରୁନି । ତେଣୁ ଏବେ ମଧ୍ୟ ଅଧିକାଂଶ ଲୋକ ପାରମ୍ପରିକ ଭାବେ ଦୋକାନକୁ ଯାଇ ଜିନିଷ କିଣିବାକୁ ଉଚିତ ମଣୁଛନ୍ତି । ଇ-କର୍ମସ ଯୁଗରେ ମଧ୍ୟ ପାରମ୍ପରିକ ଦୋକାନର ଚାହିଦା ରହିଛି । ଆଊ ଲୋକଙ୍କର ଏହି ଚାହିଦାକୁ ପାଥେୟ କରି ୨୫ ବର୍ଷିୟା ସମ୍ଭବୀ ସିହ୍ନା ଏବେ ଜଣେ ସଫଳ ମହିଳା ବ୍ୟବସାୟୀ ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି ।

photo_1384233401_tempଯେଉଁଠି ଅନଲାଇନ ସପିଙ୍ଗ କମ୍ପାନି ଉପରୁ ଲୋକଙ୍କର ଭରସା ତୁଟିବାରେ ଲାଗିଛି ସେହିଭଳି ପରିସ୍ଥିତିରେ ସମ୍ଭବୀଙ୍କ ଅନଲାଇନ ସପିଙ୍ଗ କମ୍ପାନୀ ପୁଣିଥରେ ଗ୍ରାହକଙ୍କ ବିଶ୍ୱାସ ଜିତିବାରେ ସକ୍ଷମ ହୋଇଛି । ୟୁନଭରସିଟି ଅଫ ଭରଜିନିଆରେ ଗଣିତ ଓ ବାଣିଜ୍ୟରେ ସ୍ନାତକ ଶେଷ କରିବା ପରେ ଭାରତକୁ ଫେରି ଆସିଥିଲେ ସମ୍ଭବୀ । ମିଡିଆ ରିପୋର୍ଟ ଅନୁଯାୟୀ ୨୦୧୩ରେ ସମ୍ଭବୀ ଭାରତ ଫେରିବା ପରେ ଦେଖିଲେ ଯେ, ଅନଲାଇନ ସପିଙ୍ଗର ଭାରତରେ ପ୍ରବଳ ମାତ୍ରାରେ ଚାହିଦା ଥିଲେ ମଧ୍ୟ ପାରମ୍ପରିକ ଦୋକାନରେ ଜିନିଷ କିଣିବା ପାଇଁ ଅଧିକ ଭିଡ ପରିଲକ୍ଷିତ ହେଉଛି । ଏହା ଦେଖିବା ପରେ ତାଙ୍କ ମନରେ ଏକ ନୂଆ ଆଇଡିଆ ଜନ୍ମ ନେଇଥିଲା ।

ଅନଲାଇନ ସପିଙ୍ଗ ଦୁନିଆରେ ଏକ ନୂଆ ଧରଣର ପରିବର୍ତ୍ତନ ଆଣିବାକୁ ଚିନ୍ତା ସମ୍ଭବୀ । ଏଥିପାଇଁ ୨୦୧୫ରେ ଏକ ଅନଲାଇନ ସପିଙ୍ଗ କମ୍ପାନି shopmate ଆରମ୍ଭ କଲେ ସମ୍ଭବୀ । ତେବେ ଅନ୍ୟ ଅନଲାଇନ ସପିଙ୍ଗ କମ୍ପାନି ଠାରୁ ତାଙ୍କ କମ୍ପାନି ଟିକିଏ ଭିନ୍ନ ଥିଲା । ତାଙ୍କ କମ୍ପାନିର ସାଇଟରେ ଗ୍ରାହକ ଅନଲାଇନରେ ଜିନିଷ ବୁକ୍ କରିବେ ସତ କିନ୍ତୁ ତାହାକୁ ଗ୍ରାହକ ମାନେ ନିଜର ନିକଟବର୍ତ୍ତୀ ଦୋକାନରୁ କିଣିପାରିବେ । ଯାହାଫଳରେ ଗ୍ରାହକ ମାନେ ଠିକ୍ ଜିନିଷ ପାଇବା ସହିତ ଠକାମିର ଶିକାର ହେବେ ନାହିଁ କିମ୍ବା କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ସମ୍ଭବୀଙ୍କ ଅନଲାଇନ ସପିଙ୍ଗ କମ୍ପାନି ଏମିତି ଏକ କମ୍ପାନି ଯେଉଁଠି ଗ୍ରାହକ ମାନେ ନିଜ ମନପସନ୍ଦର ଜିନିଷ ନିକଟବର୍ତ୍ତୀ ଦୋକାନରୁ ସିଧାସଳଖ ପାଇପାରିବେ ।

4_1028_1514617736_618x347ସମ୍ଭବୀ ନୂଆ ଅନଲାଇନ କମ୍ପାନି ଆରମ୍ଭ କଲେ ସତ କିନ୍ତୁ କମ୍ପାନି ସହ ସ୍ଥାନୀୟ ଦୋକାନୀକୁ ଯୋଡିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଦୋକାନ ମାଲିକଙ୍କୁ ତାଙ୍କ କମ୍ପାନି ଦ୍ୱାରା କିଭଳି ଲାଭ ମିଳିବ ତାହା ବୁଝାଇବା ବେଶ କଷ୍ଟକର ଥିଲା । କିନ୍ତୁ ଏଥିରେ ହାର ମାନିନଥିଲେ ସମ୍ଭବୀ । ପୂରା ଟିମ ଦୋକାନୀ ମାନଙ୍କୁ ବୁଝାଇଥିଲେ ଯେ, କିପରି ଭାବେ ଅନଲାଇନ ସପିଙ୍ଗ ଯୋଗୁଁ ତାଙ୍କ ବ୍ୟବସାୟ ଉପରେ ପ୍ରଭାବ ପଡୁଛି । ତେଣୁ ଏହାର ସମାଧାନ ପାଇଁ ତାଙ୍କ ଅନଲାଇନ ସପିଙ୍ଗ କମ୍ପାନି ଗ୍ରାହକଙ୍କ ନିକଟରୁ ଅର୍ଡର ନେଇ ନିକଟବର୍ତ୍ତୀ ଦୋକାନକୁ ଗ୍ରାହକଙ୍କୁ ପଠାଇବ । ତେବେ ଏଥିପାଇଁ ତାଙ୍କ କମ୍ପାନି ପ୍ରତି ଗ୍ରାହକଙ୍କ ପାଇଁ ଦୋକାନୀଙ୍କ ପାଖରୁ କମିଶନ ନେବ । ସମ୍ଭବୀଙ୍କ ଏହି ପ୍ରସ୍ତାବରେ ଅନେକ ଦୋକାନୀ ରାଜି ହୋଇଯାଇଥିଲେ । କମ୍ପାନି ଖୋଲିବାର କିଛି ଦିନ ମଧ୍ୟରେ ଦିଲ୍ଲୀ-ଏନସିଆର ଅଞ୍ଚଳର ପାଖାପାଖି ୭୦୦ ଦୋକାନୀ ତାଙ୍କ କମ୍ପାନି ସହ ଯୋଡି ହୋଇଛନ୍ତି ।

ସମ୍ଭବୀଙ୍କ କମ୍ପାନି ମୁଖ୍ୟତଃ ଇଲେକଟ୍ରୋନିକ୍ସ ସରଞ୍ଜାମ, ବାଇକ, ମୋବାଇଲ, ଟ୍ୟାବଲେଟ, କମ୍ପ୍ୟୁଟର ଜିନିଷ ଗ୍ରାହକଙ୍କ ଠାରୁ ଅନଲାଇନରେ ଅର୍ଡର ରଖିଥାନ୍ତି । ଗୋଟିଏ କୋଟି ଟଙ୍କାରୁ ଆରମ୍ଭ ହୋଇଥିବା ଏହି କମ୍ପାନି ଗତ ଦେଢ ବର୍ଷ ମଧ୍ୟରେ ୨୫ କୋଟି ଟଙ୍କା ରୋଜଗାର କରିଛନ୍ତି । ସମ୍ଭବୀଙ୍କ ଭିନ୍ନ ଧରଣର ଆଇଡିଆ ତାଙ୍କୁ କୋଟିପତି କରିଛି ଏହା ନିଃସନ୍ଦେହ ।