ଜମୁଛି ବରଗଡ ଧନୁଯାତ୍ରା : ରାଧାକୃଷ୍ଣଙ୍କ ନାବକେଳି ଦୃଶ୍ୟ ପରିବେଶିତ

25

କନକ ବ୍ୟୁରୋ :  ଗୋପପୁର ହୋଇପଡିଛି କୃଷ୍ଣମୟ । କୃଷ ପ୍ରେମରେ ରାଧାଙ୍କ ସହ ସହସ୍ରଗୋପୀ ହୋଇପଡିଛନ୍ତି ଆତ୍ମବିଭୋର । ରାଧା ଓ ଗୋପୀମାନେ ଦଧି ବିକ୍ରି କରି ଯମୁନା ପାରି ହୋଇ ଫେରିବା ବାଟରେ କୃଷ୍ଣ ନାଉରିଆ ବେଶରେ ଜଗି ରହିଥିଲେ । ଏହାପରେ ରାଧାକୃଷ୍ଣଙ୍କ ନାବକେଳି ଦେଖିବାକୁ ମିଳିଥିଲା । ସପ୍ତମ ଦିନର ଏହି ମନୋରମ ଦୃଶ୍ୟକୁ ହଜାର ହଜାର ଦର୍ଶକ ଉପଭୋଗ କରିଛନ୍ତି ।

ଏପଟେ କୃଷ୍ଣ ବଳରାମଙ୍କୁ ମାରିବା ପାଇଁ କଂସ ମହାରାଜ ଷଡଯନ୍ତ୍ର କରୁଛନ୍ତି । ଦେବର୍ଷି ନାରଦ ଧନୁଯାତ୍ରା ଆୟୋଜନ କରିବାକୁ କଂସଙ୍କୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ କୃଷ୍ଣ-ବଳରାମକୁ ନିମନ୍ତ୍ରିତ କରିବା ଅକ୍ରୁରଙ୍କୁ ଚିଟାଉ ଦେଇ ଗୋପପୁର ପଠାଇଛନ୍ତି । କୃଷ୍ଣ ବଳରାମ ମଥୁରାରେ ପହଂଚିବା ପରେ ଯେମିତି ଆଉ ଗୋପପୁର ଫେରି ପାରିବେ ନାହିଁ ସେ ନେଇ ସମସ୍ତ ପ୍ରହରୀଙ୍କୁ ସଜାଗ କରିଛନ୍ତି କଂସ । ଏବଂ ତାଙ୍କୁ ମାରିବା ପାଇଁ ଶଙ୍ଖଚୁଡ ସାପକୁ ଗୋପକୁ ପଠାଇଛନ୍ତି । ସପ୍ତମ ଦିନରେ ଏହି ମନୋରମ ଦୃଶ୍ୟକୁ ମନଭରି ଉପଭୋଗ କରିଛନ୍ତି ଦର୍ଶକ ।