ବଢୁଛି ଅନଲାଇନ ଗେମର କ୍ରେଜ : ଅତ୍ୟଧିକ ଭିଡିଓ ଗେମ ଖେଳିବା ମାନସିକ ବିକୃତିର କାରଣ ହୋଇପାରେ

64

ଆଜିକାଲି ଲୋକମାନେ ସମସ୍ତ କାମ ଅନଲାଇନ୍ କରିବାକୁ ପସନ୍ଦ କରୁଛନ୍ତି । ସପିଂ ଠାରୁ ଆରମ୍ଭ କରି ଗେମ ଖେଳିବା ପାଇଁ ଯୁବପୀଢ଼ି ଅନଲାଇନ୍ ପ୍ଲାଟଫର୍ମର ବହୁଳ ବ୍ୟବହାର କରୁଛନ୍ତି । ତେବେ ସବୁବେଳେ ଅନଲାଇନ୍ ରହିବା ଦ୍ୱାରା ମାନସିକ ଶାନ୍ତି ନଷ୍ଟ ହେବା ସହ ମଣିଷ ମାନସିକ ରୋଗର ମଧ୍ୟ ଶିକାର ହେବାର ସମ୍ଭାବନା ରହିଛି ।

ଏବେ ଯୁବପୀଢ଼ି ଖେଳକୁଦ କରିବା ତଥା ବୁଲାବୁଲି କରିବା ଅପେକ୍ଷା ଘରେ ଭିଡ଼ିଓ ଗେମ୍ ଖେଳିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ପିଲାଙ୍କ ମଧ୍ୟରେ ବଢୁଛି ଅନଲାଇନ ଗେମର କ୍ରେଜ । ବିଭିନ୍ନ ପ୍ରକାର କଂପ୍ୟୁଟର ଗେମରେ ଅଧିକ ସମୟ ବିତାଉଛନ୍ତି ଯୁବପିଢି । ସାଇବର କେଫରେ ବଢୁଛି ଅନଲାଇନ ଭିଡିଓ ଗେମର କ୍ରେଜ । ଆଉଟଡୋର ଗେମ ଅପେକ୍ଷା ଏବଂ କାଉଂଟର ଷ୍ଟ୍ରାଇକ ରେସିଂ ଗେମ୍ ଏବଂ ଭାଟିକାନ ସିଟି ଭଳି ଥ୍ରିଡି ଓ ଥ୍ରିଲ ଗେମରେ ପିଲାମାନେ ମନ ଦେଉଛନ୍ତି ।

ଅତ୍ୟଧିକ ଭିଡିଓ ଗେମ ଖେଳିବା ମାନସିକ ବିକୃତିର କାରଣ ବୋଲି ଏକ ସର୍ଭେରୁ ଜଣାପଡ଼ିଛି । ରିପୋର୍ଟ ଉପରେ ଜଣେ ମନସ୍ତତ୍ୱବିତ୍ ବିଭାଗର ଡାକ୍ତର କହିଛନ୍ତି ଏହି ରପୋର୍ଟରେ ଥିବା ତଥ୍ୟରେ ବାସ୍ତବତା ରହିଛି । ମୁଖ୍ୟତଃ ଯୁବପୀଢି ମାତ୍ରାଧିକ ଅନଲାଇନ ଗେମ ଖେଳି ମାନସିକ ସମସ୍ୟା ନେଇ ଏଠାକୁ ଆସୁଛନ୍ତି । ମୁଣ୍ଡ ବିନ୍ଧିବା ଅନିଦ୍ରା ଦେଖାଦେବା ଏଭଳି ରୋଗରୁ ଦୂରେଇ ରହିବାକୁ ହେଲେ ଆଉଟଡୋର ଗେମରେ ମନ ବେଶୀ ଦେଇ ମୋବାଇଲ ଏବଂ ଭିଡିଓ ଗେମରେ ସମୟ କମ୍ ଦେବା ଉଚିତ ।