ବାଣ ନୁହେଁ ହସ ଫୁଟାଇବା ! ଦେଖନ୍ତୁ କୁନି ପାୟଲଙ୍କ ମୁହଁରେ କିଏ ଫୁଟାଇଲା ହସ

75

ଆସୁଛି ଦୀପାବଳି । ଆଲୋକର ଏ ପର୍ବ ପାଇଁ କେତେ ସଜବାଜ, କେତେ ପ୍ଲାନିଂ । ହେଲେ କେବେ ଭାବିଛନ୍ତି, ଯେଉଁମାନଙ୍କ ଜୀବନ ଅମାବାସ୍ୟାର ଅନ୍ଧାର ଭିତରେ ଘାଂଟି ଚକଟି ହେଉଛି । ଯେଉଁମାନଙ୍କ ପାଇଁ କିଛି ମାନେ ରଖେନି ଏ ଆଲୋକର ପର୍ବ ।

vlcsnap-2016-10-26-21h12m25s342ସେମିତି ଜଣେ ମହିଳା ହେଉଛନ୍ତି ସୁନୀତା । ସ୍ୱାମୀ ଅଛନ୍ତି, ସଂସାର ଅଛି । ତଥାପି ଏକ ନିର୍ବାସିତ ଜୀବନର ଝଡଝଞ୍ଜା ଭିତରେ ସୁନୀତାଙ୍କ ଜୀବନ କଙ୍କୁଛି । ହେଲେ ଦାମ୍ପିତ୍ୟ ଜୀବନର ଏ ଦୁର୍ଦ୍ଦିନରେ ବଂଚିବାର ରାହା ଦେଖାଉଛନ୍ତି ଏକମାତ୍ର ଝିଅ ପାୟଲ୍ । କାରଣ ବିବାହର କିଛି ବର୍ଷ ପରେ ଦିବ୍ୟାଙ୍ଗ ସ୍ତ୍ରୀ ପାଖରେ ସ୍ୱାମୀ ରହିବାକୁ ଚାହିଁ ନଥିଲେ । ସେହିଦିନ ଠାରୁ ପାୟଲକୁ ମଣିଷ କରିବାକୁ ସୁନୀତା ଚଳାଇଛନ୍ତି ଅଭିଯାନ । କେତେବେଳେ ପର ଘରେ ପାଇଟି କରି ତ ପୁଣି କେତେବେଳେ ପରପାଖରେ ହାତ ପତାଇ କୁନି ଝିଅର ଆଶା ମେଂଟାଉଛନ୍ତି । ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଯେଉଁ ପରିବାରକୁ ଘେରି ରହିଛି ଅଭାବର ଅମାବାସ୍ୟା, ସେଠି ଆଲୁଅ କଥା ପଚାରେ କିଏ ।

କୁନି ପାୟଲର ଏ କାହାଣୀ ଶୁଣିବା ପରେ ବାଣ ନୁହେଁ ହସ ଫୁଟାଇବା ଅଭିଯାନରେ ସାମିଲ୍ ହୋଇଥିଲେ ଓଲିଉଡର ଚୁଲବୁଲି ନାୟିକା ଅଭିନେତ୍ରୀ ପୁନମ୍ ମିଶ୍ର । ପାୟଲଙ୍କ ୱିସ୍ ଲିଷ୍ଟ୍ ଅନୁସାରେ ସପିଂ କରି ପହଂଚି ଯାଇଥିଲେ ଅଭାବୀ ମଣିଷର ବସ୍ତିରେ । ଆଉ ଏଇଠି ସୃଷ୍ଟି ହୋଇଥିଲା ଭାବାବେଗ ପରିବେଶ । ମନ ମୁତାବକ ସ୍କୁଲ ବ୍ୟାଗ୍ ଓ ସିଲଟ ପାଇ ପାୟଲର ମନ କୁଣ୍ଢେମୋଟ ହୋଇ ଯାଇଥିଲା ।

ବାଣ ନୁହେଁ ହସ ଫୁଟାଇବା । ଅଭାବୀ ପିଲାଙ୍କ ମୁହଁରେ ହସ ଫୁଟାଇବାକୁ କନକ ନ୍ୟୁଜର ଏହା ଏକ ସାଂକେତ ଅଭିଯାନ । ବାସ୍ ଥରୁଟିଏ ଏ ଅଭିଯାନରେ ସାମିଲ୍ ହୁଅନ୍ତୁ, ପର ମୁହଁରେ ହସ ଫୁଟାଇ ସାଉଁଟି ନିଅନ୍ତୁ ଏ ଭିନ୍ନ ଅନୁଭୂତିକୁ ।