ପାରାଦ୍ୱୀପ ଭୁତମୁଣ୍ଡାଇ ପୋଲ ଉପରୁ ମହାନଦୀ ତଳକୁ ଓଲଟିଲା ଗାଡି ! ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି

35

କନକ ବୁରୋ : ପାରାଦ୍ୱୀପ ଭୁତମୁଣ୍ଡାଇ ପୋଲରୁ ମହାନଦୀକୁ ଖସିଲା ଗାଡି । ଚଣ୍ଡିଖୋଲରୁ ପାରାଦ୍ୱୀପକୁ ଆସୁଥିବା ଏକ ଭାରିଜାନ ଗତକାଲି ବିଳମ୍ବିତ ରାତ୍ରିରେ ପୋଲରେ ଥିବା ବାରିକେଡକୁ ଭାଙ୍ଗି ତଳକୁ ଖସି ପଡିଛି । ତେବେ ପାଣିରେ ତେଲ ଭାସୁଥିବାରୁ ଏହା ଏକ ତେଲ ଟ୍ୟାଙ୍କର ବୋଲି ସନ୍ଦେହ କରାଯାଉଛି । ଖବର ପାଇ ପାରାଦୀପ ଲକ୍ ଥାନା ପୋଲିସ୍, ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି ସ୍ୱଷ୍ଟ ହୋଇ ପାରିନି ।