ସରକାରଙ୍କ ରାଜକୋଷକୁ ଫେରାଇଆଣିଲେ ୯୬୨ କୋଟି ଟଙ୍କା । ସଚ୍ଚୋଟତା ଓ ନିଷ୍ଠା ପାଇଁ ରବିଶଙ୍କରଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି 

28

ସରକାରଙ୍କ ରାଜକୋଷକୁ ୯୬୨କୋଟି ଟଙ୍କା ଫେରାଇଆଣିଥିବା ଜଣେ ଅଧିକାରୀଙ୍କୁ  ସମ୍ମାନିତ କରିଛନ୍ତି ଭାରତର ରାଷ୍ଟ୍ରପତି । ଏହି ମହାନବ୍ୟକ୍ତି ଜଣକ ହେଉଛନ୍ତି ଦ୍ରବ୍ୟ ଓ ସେବା କର ନିର୍ଦ୍ଦେଶାଳୟର ଅଧିକାରୀ ରବି ଶଙ୍କର ଦତ୍ତ । ଦେଶ ଲାଗି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ତାଙ୍କୁ ପଦକ ପ୍ରଦାନ କରିଛନ୍ତି । ଶନିବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରବିଙ୍କୁ ସମ୍ମାନିତ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଦୀର୍ଘ ୨୫ ବର୍ଷ ଚାକିରି ଜୀବନ ଭିତରେ ସେ ଦେଶର ରାଜକୋଷକୁ ୯୬୨କୋଟି ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ । ବିଭିନ୍ନ ସମୟରେ ସରକାରଙ୍କୁ ଟାକ୍ସ ଠକିଥିବା ଲୋକଙ୍କ ପାଇଁ ଘାତକ ସାଜିଥିଲେ ରବି ।

ରବିଶଙ୍କର ୧୯୯୨ରେ ଚାକିରିରେ ଯୋଗଦେଇଥିଲେ । ନିଜର ନିଷ୍ଠା ଓ ସଚ୍ଚୋଟତା ପାଇଁ ତାଙ୍କୁ ିଂଟିଲେଜେନ୍ସି ଅଫିସର ଭାବେ ନିଯୁକ୍ତି  ମିଳିଥିଲା । ଏହି ସମୟରେ ସେ ୪୭ଟି ମାମଲାର ତଦନ୍ତ କରି ୯୬୧.୯୨ କୋଟି ଟଙ୍କା ଫାଙ୍କିଥିବା ଚୋରଙ୍କୁ ଧରିଥିଲେ ।

ଶଙ୍କର ଅବକାରୀ  ଓ ସେବା କର ଠକଙ୍କୁ ଧରିବାରେ ମୁଖ୍ୟଭୂମିକା ଗ୍ରହଣ କରିଥିଲେ । ୫୪୧.୬୧ କୋଟି ଟଙ୍କା ଠକିଥିବା ମାମଲାର ତଦନ୍ତ କରିଥିଲେ । ଏହି ମାମଲାରେ ତାଙ୍କ ବିଭାଗକୁ ୨୭୦ କୋଟି ଟଙ୍କା ମିଳିଥିଲା ।

ଦ୍ରବ୍ୟ ଓ ସେବା କର ନିର୍ଦ୍ଦେଶାଳୟ ପକ୍ଷରୁ ରବିଶଙ୍କର ଦତ୍ତଙ୍କୁ ବଧାଇ ଦିଆଯାଇଛି ।  ଟାକ୍ସ ଫାଙ୍କୁଥିବା ବ୍ୟକ୍ତିଙ୍କୁ  ଧରିବାରେ ସ୍ୱତନ୍ତ୍ର ଗୁଣର ଅଧିକାରୀ ଥିଲେ ଦତ୍ତ । ରବିଶଙ୍କରଙ୍କୁ  ଏହି ସମ୍ମାନଜନକ ରାଷ୍ଟ୍ରପତି ପଦକ ମିଳିବା ନିଶ୍ଚିତ ଭାବେ ଗର୍ବର କଥା ।  ସେ ଏହି  ସମ୍ମାନ ପାଇଁ ହକଦାର ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ।