ଅନ୍ତର୍ଜାତୀୟ କବିତା ପ୍ରତିଯୋଗୀତାରେ ଓଡିଆ ଝିଅ ଅନିନ୍ଦିତାଙ୍କ କମାଲ ! ବିଶ୍ୱର ୬ଶହ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶ୍ରେଷ୍ଠ ୫୦ରେ ସାମିଲ

162

Screen shot 2017-09-13 at 4.55.08 PMକନକ ବ୍ୟୁରୋ : ଅନ୍ତର୍ଜାତୀୟ ସ୍ତରରେ ନିଜକୁ ଉପସ୍ଥିତ କରି ଓଡ଼ିଶା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ ଜୟପୁରର ଝିଅ । ୟୁକେରେ କବିତା ପାଠର ଫାଇନାଲରେ ବିଶ୍ୱର ୫୦ ପ୍ରତିଯୋଗୀଙ୍କ ମଧ୍ୟରେ ନିଜକୁ ସାମିଲ କରି ଜୟପୁରର ଝିଅ ଅନିନ୍ଦିିତା ଓଡିଶା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ସେପଟେ ଅନିନ୍ଦିତାଙ୍କ ସଫଳତାକୁ ନେଇ ଜିଲ୍ଲାରେ ଏବେ ଆନନ୍ଦର ଲହରୀ ଖେଳିଯାଇଛି । ଫାଇନାଲରେ ବିଜୟ ପାଇଁ ସେ ନିଜର ସାଙ୍ଗ ସାଥୀଙ୍କୁ ମାଗୁଛନ୍ତି ଭୋଟ ।

Screen shot 2017-09-13 at 4.55.20 PMଓଡ଼ିଶାରୁ ୟୁକେ । ଇଂରାଜୀ କବିତାରେ କମାଲ କ଼ରି ଦେଖାଇଛନ୍ତି ଓଡିଆ ଝିଅ । ଜୟପୁର ସହରର ଅନିନ୍ଦିତା ଜାହ୍ନବୀ ସୁଆର ଅନ୍ତର୍ଜାତୀୟ କବିତା ପ୍ରତିଯୋଗୀତାର ଫାଇନାଲରେ ପହଁଚିଛନ୍ତି । ସାରା ବିଶ୍ୱର ୬ଶହରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶେଷ ୫୦ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଅନିନ୍ଦିତା । ଏବେ ଫାଇନାଲରେ ଅନଲାଇନ ଭୋଟ ଅନୁପାତ ଜରିଆରେ ୫ଜଣ ପ୍ରତିଯୋଗୀଙ୍କୁ ବାଛି ପୁରସ୍କୃତ କରାଯିବ । ତେଣୁ ଫାଇନାଲିଷ୍ଟ ସାଜିଥିବା ଅନନ୍ଦିତା ସୋସିଆଲ ମିଡିଆ ସହ କଲେଜ ପରିସରରେ ବୁଲି ବୁଲି ସାଙ୍ଗ ସାଥୀଙ୍କୁ ଭୋଟ ଦେବାକୁ ନିବେଦନ କରୁଛନ୍ତି । ଅନ୍ତର୍ଜାତୀୟ ଇଂରାଜୀ କବିତା ପ୍ରତିଯୋଗିତାରେ ଏକ ମାତ୍ର ପ୍ରତିଯୋଗୀ ଭାବେ ଅନିନ୍ଦିତା ଦେଶର ପ୍ରତିନିଧିତ୍ୱ କରୁଛନ୍ତି ।

anindita-2ଜୟପୁର ବିକ୍ରମଦେବ କଲେଜରେ ଯୁକ୍ତ ଦୁଇରେ ପଢୁଥିବା ଅନିନ୍ଦିତା ୧୧ ବର୍ଷ ବୟସରୁ ଇଂରାଜୀ କବିତା ଲେଖା ଆରମ୍ଭ କରିଥିଲେ । ୨ଶହରୁ ଅଧିକା କବିତା ଲେଖି ସାରିଲେଣି । ତାଙ୍କର ଏହି ଉଦ୍ୟମକୁ ପରିବାର ସମର୍ଥନ କରୁଥିବା ବେଳେ ସହଯୋଗର ହାତ ବଢାଇଛନ୍ତି କଲେଜର ଅଧ୍ୟାପକମାନେ । ସେପଟେ ଆସନ୍ତା ୨୫ ତାରିଖରେ ଅନଲାଇନ ଭୋଟିଂ ଶେଷ ହେଉଥିବାରୁ ସମସ୍ତଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି ଅନିନ୍ଦିତାଙ୍କ ପିତା । ତେବେ ଅନଲାଇନରେ ଅନିନ୍ଦିତାଙ୍କ ଭୋଟ ପ୍ରତିଶତ ଅଧିକ ଥିବାରୁ ସେ ପୁରସ୍କୃତ ହେବେ ବୋଲି ପରିବାର ଆଶା ରଖିଛନ୍ତି ।