ଏବେ ଆପଣଙ୍କର ପ୍ରାଇଭେସି ରହିବ ସୁରକ୍ଷିତ : ବିନା ନମ୍ବରରେ Hikeରେ କରିପାରିବେ ଚାଟିଂ

41

ମେସେଜିଂ ଆପ୍ ହାଇକ୍ ମଙ୍ଗଳବାରକୁ ‘Hike ID’ ଲଂଚ କରିଛି । ଏହା ଏକ ପ୍ରକାରର ୟୁନିକ୍ ଆଇଡି ଅଟେ । ଯାହା ସାହାଯ୍ୟରେ ଆପଣ ନିଜର ନମ୍ବର ସେୟାର ନକରି ମଧ୍ୟ ଚାଟିଂ କରିପାରିବେ । ଏହାଦ୍ୱାରା ଆପଣଙ୍କର ପ୍ରାଇଭେସି ମଧ୍ୟ ସୁରକ୍ଷିତ ରହିବ ।

ହାଇକ୍ ର ପ୍ରଡକ୍ଟ ଭାଇସ୍ ପ୍ରେସିଡେଂଟ ପାଠିକା ଶାହଙ୍କ କହିବା ହେଲା , ‘ ଆମେ ହାଇକ୍ ରେ ଯାହା ବି କରୁଛନ୍ତି , ଏଥିରେ ପ୍ରାଇଭେସିର ବହୁତ ମହତ୍ୱପୂର୍ଣ୍ଣ ଓ ପ୍ରାଥମିକ ଜିନିଷ ଅଟେ । ହାଇକ୍ ଆଇଡି ପ୍ରାଇଭେସିକୁ ସୁରକ୍ଷିତ ରଖିବାର ଏକ ଉପାୟ । ଏହାଦ୍ୱାରା ଲୋକେ ଅନ୍ୟ ଲୋକଙ୍କ ସହ ବିନା ନମ୍ବର ଶେୟାର କରି ବି ସହଜରେ ଅନ୍ୟ ସହ ଯୋଡି ହୋଇପାରିବେ । ’

କଂପାନୀର କହିବା ହେଲା ‘Hike ID’ର ସାହାଯ୍ୟରେ ଲୋକଙ୍କ ସର୍ଚ୍ଚ କରିବା ମଧ୍ୟ ବହୁତ ସହଜ ଅଟେ । ଏବଂ ଲୋକଙ୍କୁ ଫ୍ରେଣ୍ଡ ରିକ୍ୟୁଷ୍ଟ ପଠାଇବା ପୂର୍ବରୁ ନମ୍ବର ଜାଣିବା ବା କହିବାର କୌଣସି ଆବଶ୍ୟକତା ନାହିଁ । ଆସନ୍ତା ସପ୍ତାହରୁ ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ‘Hike ID’ ତିଆରି କରିବାର ସୁବିଧା ଆରମ୍ଭ ହୋଇଯିବ ।iOS ୟୁଜରଙ୍କ ପାଇଁ ଏହି ଫିଚର ପରେ ଆଣିବ । ହାଇକ୍ ଖୁବ୍ ଶୀଘ୍ର କ୍ୟାବ୍ ବୁକିଂ ଓ ମୁଭି ଟିକେଟ୍ ବୁକିଂର ମଧ୍ୟ ଫିଚର ଆଣିବାର ଅଛି ।
(ସୌଜନ୍ୟ- ନବଭାରତ ଟାଇମ୍ସ )