ଚୀନ : ବିିଶ୍ୱ ବଜାରରେ ଚୀନର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଇଲେକ୍ଟ୍ରୋନିକ ଜିନିଷ ଠାରୁ ଆରମ୍ଭ ସବୁ ପ୍ରକାର ଦ୍ରବ୍ୟ ତିଆରି କରିବାରେ ଚୀନ ମାହିର୍ । ଏହି ଭିତରେ ଏକ ଖବର ଆସିଛି । ଯାହା ଖୁବ୍ ଚର୍ଚ୍ଚିତ । ଚୀନର କଂପାନୀ ବାଇଟନ୍ ଏକ ଏମିତି ଇଲେକ୍ଟ୍ରିକ୍ କାର୍ ବାହାର କରିଛନ୍ତି, ଯାହାକି ଚେହେରା ଚିହ୍ନି ନିଜେ ଅନଲକ୍ ହୋଇଯିବ । କଂପାନୀ ଏହି ଇଲେକ୍ଟ୍ରୋନିକ୍ କନସେପ୍ଟ କାର୍ କୁ ଲାସ୍ ବେଗାସରେ ଚାଲୁଥିବା ସିଇଏସ ୨୦୧୮ରେ ଶୋକେସ୍ କରିଛି । ବିଏମଡବ୍ଲୁ ଓ ଆପଲର ପୂର୍ବ ଇଂଜିନିୟରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି କାରରେ ଅନେକ ଆଶ୍ଚର୍ଯ୍ୟକର ଫିଚର ରହିଛି । ଆସନ୍ତୁ ଜାଣିବା ଏହାର ଦାମ୍ ଓ ବୈଶିଷ୍ଟ ବିଷୟରେ –
ଏହି କାରରେ ୭୧ କିଲୋୱାଟ ବ୍ୟାଟେରୀ ପ୍ୟାକ୍ ରହିଛି । ଯାହା ଥରେ ଚାର୍ଜ ହେଲେ ୪୦୨ କିମି ଯାଏ ଚାଲିପାରିବ । କାର୍ ର ଏକ ମହଙ୍ଗା ଭର୍ସନ ରହିଛି । ଯାହା ଥରେ ଚାର୍ଜ ହେବାରେ ୫୨୩ କିମି ଯାଏ ଯାତ୍ରା କରିପାରିବ । କଂପାନୀର ସୂଚନା ରହିଛି ଯେ ଏହି କାରର ବ୍ୟାଟେରୀଟି ୧୫ରୁ ୩୦ ମିନିଟ୍ ରେ ଫୁଲ୍ ଚାର୍ଜ ହୋଇଯିବ ।
ଏହି କାରର ଭିତର ଭାଗ କଥା ଯଦି ଆଲୋଚନା କରିବା ତ ଏହା ଆପଣଙ୍କୁ ଖୁବ୍ ଚକିତ କରିବ । ଥରେ ଏହି ଗାଡିର ସିଟ୍ ରେ ବସିଲେ ଆପଣଙ୍କୁ ଲଗଜୁରିୟସ୍ ଲିଭିଂ ରୁମରେ ବସିବା ପରି ଲାଗିବ । ଆମଜନ୍ ଆଲେକ୍ସା ସହ ଏଥିରେ ଭଏସ୍ ଓ ଜେଷ୍ଟର କଂଟ୍ରୋଲ୍ ସୁବିଧା ମଧ୍ୟ ଉପଲବ୍ଧ ହେବ ।
ଦର୍ପଣ ସ୍ଥାନରେ କ୍ୟାମେରା ବ୍ୟବହାର –
ଡିଜାଇନ୍ ର କଥା କୁହାଯିବତ କାରର ଡୋରରେ ଇନଭିଜିବଲ୍ ହ୍ୟାଣ୍ଡେଲ୍ ଲଗାଯାଇଛି । ସାଇଡ୍ ଭିୟୁ ପାଇଁ କାର୍ ରେ କାଚ ପରିବର୍ତ୍ତେ କ୍ୟାମେରା ବ୍ୟବହାର କରାଯାଇଛି । ଏହି କାରର ସବୁଠୁ ବଡ ବୈଶିଷ୍ଟ ହେଲା ଏହା ଆପଣଙ୍କର ଚେହେରାକୁ ଚିହ୍ନି ନିଜର ଅନଲକ୍ ହୋଇଯିବ ।
କଂପାନୀର ଦାବି ଯେ ଦୁନିଆର ଏହା ପ୍ରଥମ କାର୍ ହେବ ଯାହାର ଷ୍ଟିରିଂ ହ୍ୱିଲ୍ ରେ ଟଚସ୍କ୍ରିନ୍ ରହିଛି । ଏହାସହ ଏହି ଇଲେକ୍ଟ୍ରିକ୍ କାର୍ ରେ ୪୯ ଇଂଚର ଡ୍ୟାସବୋର୍ଡ ଟଚସ୍କ୍ରିନ୍ ଡିସପ୍ଲେ ଲଗାଯାଇଛି । ଏହି ଡିସପ୍ଲେ ନେଭିଗେସନ, ଏଂଟରଟେନମେଂଟ ଓ କାର୍ ରେ ବସିଥିବା ଲୋକଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ମନିଟରିଂ କରିବ ।
ଏହାର ଫିଚରକୁ ଦେଖି ଯଦି ଏହାକୁ ଚଳାରେ ଚାଲୁଥିବା ସ୍ମାର୍ଟଫୋନ୍ କୁହାଯାଏ ତ ଭୁଲହେବ ନାହିଁ । ୫ଜି ଇଂଟରନେଟ କନେକ୍ଟିଭିଟି ସହ ସଂଯୁକ୍ତ ଏହି କାରରେ ଆପଣ ଟିଭି ଶୋ’ର ମଜାନେବା ସହ ଗେମ୍ ଖେଳିବା ସହ ଭିଡିଓ ଚ୍ୟାଟ୍ ମଧ୍ୟ କରିପାରିବେ ।
ଏହିଭଳି ଏକ ଲଗଜୁରିୟସ୍ କାରର ଦାମ୍ ନିଶ୍ଚୟ ଆପଣଙ୍କୁ ଜାଣିବାକୁ ଇଚ୍ଛା ହେଉଥିବ । ଏହାର ଦାମ୍ ୪୫ହଜାର ଡଲାର( ପାଖାପାଖି ୨୮.୬ ଲ୩ ଟଙ୍କା )ରୁ ଆରମ୍ଭ ହେବ । ୨୦୧୯ରେ ଏହି କାର୍ ଚୀନରେ ବିକ୍ରି ପାଇଁ ଉପଲବ୍ଧ ହେବ ।
( ସୌଜନ୍ୟ-ନବଭାରତ ଟାଇମ୍ସ)