ଗୁଜୁରାଟ: ଏକ କାର୍ଯ୍ୟକ୍ରମରେ ଗୀତର ତାଳେ ତାଳେ ଗାୟିକାଙ୍କ ଉପରେ ୧୦ ଟଙ୍କିଆ ନୋଟ ବର୍ଷା

23

କନକ ବ୍ୟୁରୋ : ପୁଣି ଉଡିଲା ନୋଟ୍ । ଗାୟିକାଙ୍କ ଉପରେ ଟଙ୍କା ବର୍ଷା । ଗୋଟିଏ ପଟେ ନୋଟ୍ ବନ୍ଦ ଯୋଗୁଁ ଲୋକେ ହନ୍ତସନ୍ତ ଅନ୍ୟପଟେ ଗାୟକଙ୍କ ଉପରେ ଉଡାଯାଉଛି ଗଦା ଗଦା ଟଙ୍କା । ଗୀତ ସହ ତାଳ ଦେଇ ଚାଲିଛି ନୋଟ୍ ବର୍ଷା । ତେବେ ଏଥର ୫ ଶହ ଓ ହଜାରେ ବଦଳରେ ୧୦ ଟଙ୍କିଆ ନୋଟ ହୋଇଛି ବର୍ଷା । ଗୁଜୁରାଟର ନଭସରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଟଙ୍କାର ବର୍ଷା । ଗାୟକଙ୍କ ଉପରେ ୧୦ ଟଙ୍କିଆ ବର୍ଷା କରାଯାଉଛି । ଆଉ ଏହାକୁ ଉପଭୋଗ କରୁଛନ୍ତି ସେଠାରେ ଉପସ୍ଥିତ ଥିବା ଶହ ଶହ ଲୋକ ।