ଆରମ୍ଭ ହେଲା ସହରାଂଚଳ ଆବାସ ଯୋଜନା : ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୨ ଶହ ୨୮ ହିତାଧିକାରୀ ଚିହ୍ନଟ

48

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆରମ୍ଭ ହେଲା ସହରାଂଚଳ ଆବାସ ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ସହରାଂଚଳର ହିତାଧୀକାରୀଙ୍କୁ ସରକାର ଟଙ୍କା ଯୋଗାଇଦେବେ । ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ ପାଇଁ ପ୍ରାୟ ୩ ଶହ ବର୍ଗଫୁଟ ପରିମିତ ଅଂଚଳରେ ବାସଗୃହ ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ମିଳିବ ।

ନିଜ ଜାଗାରେ ପକ୍କାଘର ତିଆରି ପାଇଁ ଏହି ଟଙ୍କା ଦିଆଯିିବ । ବ୍ୟାଙ୍କ ଆକାଂଉଟରେ ଏହି ଟଙ୍କା କିସ୍ତି ଆକାରରେ ପଠାଯିବ । ଓଡିଶା ସହରାଂଚଳ ବାସଗୃହ ମିଶନ ଓ ସମସ୍ତ ଜିଲ୍ଲାରେ ଜିଲ୍ଲା ସହରାଂଚଳ ବାସଗୃହ ସମିତି ଗଠନ କରାଯାଇଛି ।

୨୦୧୬-୧୭ ରେ ଓଡିଶା ସହରାଂଚଳ ବାସଗୃହ ମିଶନ ମାଧ୍ୟମରେ ୨୭ ଟି ଜିଲ୍ଲାର ୪୦ ଟି ସହରରେ ୨୩ ହଜାର ୮୪୩ ଜଣ ହିତାଧିକାରୀ ଚୟନ କରାଯାଇଛି ।

ଏଥିସହ ଭୁବନେଶ୍ୱର ଓ ରାଉରକେଲାର ୧୧ ହଜାର ୫୪୮ ଟି ଗୃହକୁ ସୁଲଭ ମୂଲ୍ୟରେ ବାସଗୃହ ଯୋଗାଣ ଏବଂ ବସ୍ତି ଉଠିଥିବା ସ୍ଥାନରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ବାସଗୃହ ନିର୍ମାଣକୁ ଅନୁମୋଦନ ମିଳିସାରିଛି । ଆଜି ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୨୨୮ ଜଣଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି ।