ପୁଣି ଟ୍ରମ୍ପ୍ ସରକାରଙ୍କୁ ଚ୍ୟାଲେଂଜ କଲା ଉତ୍ତର କୋରିଆ ! ଅନ୍ତର୍ଜାତୀୟ ଚାପ ସତ୍ୱେ ପରୀକ୍ଷଣ କଲା ବାଲାଷ୍ଟିକ୍ ମିସାଇଲ

29

କନକ ବ୍ୟୁରୋ : ପୁଣି ବାଲାଷ୍ଟିକ୍ ମିସାଇଲ ପରୀକ୍ଷଣ କରିଛି ଉତ୍ତର କୋରିଆ । ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍ ଜୋଙ୍ଗ ବାଲାଷ୍ଟିକ୍ ମିସାଇଲ ପରୀକ୍ଷଣ କରି ପୁଣି ଥରେ ଟ୍ରମ୍ପ ସରକାରଙ୍କୁ ଚ୍ୟାଲେଂଜ ଦେଇଛନ୍ତି । ଏହାକୁ ମୁପୟୋଙ୍ଗ ନି’ରୁ ଲଂଚ୍ କରାଯାଇଥିବାବେଳେ ଏହାର ଲକ୍ଷ୍ୟଭେଦି କ୍ଷମତା ରହିଛି ୧ହଜାର କିଲୋମିଟର ।

ଚଳିତ ମାସ ଦ୍ୱିତୀୟ ଥର ପାଇଁ ମିସାଇଲ ପରୀକ୍ଷଣ କରିଛି ଉତ୍ତର କୋରିଆ । ଗତ ଜୁଲାଇ ୪ରେ ବାଲାଷ୍ଟିକ୍ ମିସାଇଲ ପରୀକ୍ଷଣ କରିଥିଲା ଉତ୍ତର କୋରିଆ । ୪ ଜୁଲାଇରେ ବି ଉତ୍ତର କୋରିଆ ଏଭଳି ପରୀକ୍ଷଣ କରିଥିଲା । ମିସାଇଲ ପରୀକ୍ଷଣ ନ କରିବା ଲାଗି ଅନ୍ତର୍ଜାତୀୟ ଚାପ ସତ୍ୱେ ଉତ୍ତର କୋରିଆ ଏଭଳି ପରୀକ୍ଷା କରିଛି । ବିଶ୍ୱ ଶାନ୍ତି ପାଇଁ ଏଭଳି ପରୀକ୍ଷଣ ବିପଦଜନକ ବୋଲି କହିଛନ୍ତି ୟୁରୋପୀୟ ସଂଘ ।