ଚାଉଳରେ ପ୍ଲାଷ୍ଟିକ୍ ମିଶ୍ରଣକୁ ନେଇ ହେଉଥିଲା ଟେଷ୍ଟ୍ ! ସାମ୍ମାକୁ ଆସିଲା ଏଭଳି ତଥ୍ୟ ଯାହାକୁ ଦେଖି ଲୋକଙ୍କ ଉଡିଲା ହୋସ୍  । 

35

ପ୍ଲାଷ୍ଟିକ୍ ଚାଉଳର ଖବର ଚାରିଆଡେ ଆତଙ୍କ ଖେଳାଇଦେବା ପରେ ଖାଦ୍ୟ ବିଭାଗ ମୁଣ୍ଡରେ ଶେଷରେ ଚେତା ପଶିଲା । ଏ ନେଇ ଦିଲ୍ଲୀ ଫୁଡ୍ ଡିପାର୍ଟମେଣ୍ଟ ତରଫରୁ ୨୦ ନମୂନା ଚାଉଳ ଏବଂ ୭ ନମୂନା ଭାତକୁ ଟେଷ୍ଟ୍ କରିବା ପାଇଁ ଲ୍ୟାବକୁ ମଧ୍ୟ ପଠାଇ ଦିଆଗଲା । ତେବେ ଏହି ଟେଷ୍ଟରେ ପ୍ଲାଷ୍ଟିକ୍ ଚାଉଳ ତ ମିଳିଲା ନାହିଁ କିନ୍ତୁ ଆଉ ଯାହା ମିଳିଲା ତାହା ଆପଣଭ୍କୁ ନିଶ୍ଚିତ ଚିନ୍ତାରେ ପକାଇଦେବ । ବାସୁମତୀ ଚାଉଳ ପରୀକ୍ଷାରେ କିଛି ଗଡବଡି ଦେଖାଗଲା । ଏହାର ଅର୍ଥ ଚାଉଳ ପ୍ୟାକେଟରେ ଦେଖାଯାଉଥିବା ଜିନିଷ ଗୋଟିଏ ଏବଂ ଏହା ଭିତରେ ଥିବା ଜିନିଷ ଆଉ ଗୋଟିଏ । ଏହି ଚାଉଳ ମଧ୍ୟରୁ ପେଥୋଜେନିକ୍ ବ୍ୟାକ୍ଟେରିଆ ମଧ୍ୟ ମିଳିଛି ।

ରୋଗର ଗନ୍ତାଘର ହେଉଛି ଏହି ବ୍ୟାକ୍ଟେରିଆ : 

ପ୍ରତିବର୍ଷ ଏହି ରୋଗରେ ପ୍ରାୟ ୨୦ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡିଥାନ୍ତି । ଏହି ବ୍ୟାକ୍ଟେରିଆର ପ୍ରକୋପ ଆଫ୍ରିକାରେ ଅଧିକ ଦେଖାଯାଏ । ଅହିତକର ଖାଦ୍ୟ ଖାଇବା ଦ୍ୱାରା ଏହିଭଳି ବ୍ୟାକ୍ଟେରିଆ ବ୍ୟାପିଥାଏ । ନିମୋନିଆ,ଟିଟନେସ୍,ଟାଇଫଏଡ୍ ,ଡିପଥେରିଆ,ସିଫିଲିସ୍ ଭଳି ଖତରନାକ ରୋଗ ହୋଇଥାଏ । ତେବେ ଏଭଳି ଚାଉଳ ଖାଇବା ଦ୍ୱାରା ଆପଣଙ୍କ ମଧ୍ୟରେ କିଭଳି ରୋଗ ବ୍ୟାପିପାରେ ତାହା ଆପଣ ନିଜେ ହିଁ ଜାଣିପାରୁଥିବେ ।