ବନ୍ଦ ହେବ ଆଇପିଏଲ-୨୦୧୯ର ଉଦଘାଟନ ସମାରୋହ । ବିସିସିଆଇ ନେଲା ନିଷ୍ପତି, ସହିଦଙ୍କ ପରିବାରକୁ ଦିଆଯିବ ଉଦଘାଟନ ଉତ୍ସବ ଖର୍ଚ୍ଚ  

542

ପୁଲୱାମା ଆତଙ୍କବାଦୀ ଘଟଣା ପୂରା ଦେଶବାସୀଙ୍କୁ କନ୍ଦାଇ ଦେଇଥିବା ବେଳେ ଏହାକୁ ନଜରରେ ରଖି ଆଇପିଏଲ-୨୦୧୯ର ଉଦଘାଟନୀ ସମାରୋହକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଉଦଘାଟନ ସମରୋହରେ ଖର୍ଚ୍ଚ ହେବାକୁ ଥିବା ଟଙ୍କା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ ଯବାନଙ୍କ ପରିବାରବର୍ଗଙ୍କୁ ଦିଆଯିବ ବୋଲି ବିସିସିଆଇର ପ୍ରଶାସନିକ ସମିତି ବୈଠକରେ ନିଷ୍ପତି ନିଆଯାଇଛି । ସିଓଏର ଅଧ୍ୟକ୍ଷ ବିନୋଦ ରାୟଙ୍କ କହିବା ଅନୁଯାୟୀ,  ଚଳିତ ବର୍ଷ ଆଇପିଏଲର ଉଦଘାଟନ ସମାରୋହ କରାଯିବ ନାହିଁ ଏବଂ ଏଥିପାଇଁ ଯେତିକି ବଜେଟ ରହିଥିଲା ତାହା ସହିଦ ଯବାନଙ୍କ ପରିବାରବର୍ଗଙ୍କୁ ଦିଆଯିବ ।

ମାର୍ଚ୍ଚ ୨୩ରୁ ଆଇପିଏଲ-୨୦୧୯ର ବିଗୁଲ ବାଜିବ । ଏହାପୂର୍ବରୁ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ସପ୍ତାହର ମ୍ୟାଚ୍ ସୂଚୀ ଘୋଷଣା କରାଯାଇଛି । ଆଇପିଏଲର ଏହି ୧୨ ତମ ସିଜନର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ବିରାଟ କୋହଲିଙ୍କ ଆରସିବି । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚଟି ଚେନ୍ନାଇରେ ଖେଳାଯିବ ।