ପ୍ରଧାନମନ୍ତ୍ରୀଙ୍କର ଫିଟନେସ ଭିଡ଼ିଓ ତିଆରି ପାଇଁ କେତେ ଖର୍ଚ୍ଚ କରାଯାଇଛି ? ଆରଟିଆଇ ମାଧ୍ୟମରେ ପ୍ରଶ୍ନ କରିଥିଲେ ଜଣେ ଯୁବକ

80

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣେ ସାଧାରଣ ଜନତା ଯେଉଁ ତଥ୍ୟ ମାଗିଥିଲା ତାହାର ସୂଚନା ଦିଆଯାଇଛି । ତେବେ ଏହି ସୂଚନାରେ କୁହାଯାଇଛି ଯେ ,ମୋଦିଙ୍କର ଗତ ଜୁନ ମାସରେ ଯେଉଁ ଭିଡିଓ ହୋଇଥିଲା ତାହା ଲାଗି କୈାଣସି ଅର୍ଥ ଖର୍ଚ୍ଚ କରିବାକୁ ପଡିନଥିଲା । ଯୋଗ ଦିବସର ଠିକ ଏକ ସପ୍ତାହ ପୂର୍ବରୁ ୧୩ଜୁନରେ ପ୍ରଧାନମନ୍ତ୍ରୀ ନିଜ ଟୁଇଟର ଏକାଉଣ୍ଟରେ ନିଜର ଫିଟନେସ ଭିଡିଓ ପୋଷ୍ଟ କରିଥିଲେ । ସେହି ଭିଡିଓରେ ମୋଦି ଏକ ବଡ ପଥର ଉପରେ ପିଠି ଦେଇ ଶୋଇ ଯୋଗ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାସହ କଳା ରଙ୍ଗର ପୋଷାକ ମଧ୍ୟ ସେ ପରିଧାନ କରିଥିଲେ । ତେବେ ମିଳିଥିବା ସୂଚନା ଅନୁସାରେ ଭାରତୀୟ କ୍ରିକେଟ ଦଳର ଖେଳାଳୀ କୋହଲିଙ୍କର ଏକ ଚ୍ୟାଲେଞ୍ଜକୁ ଗ୍ରହଣ କରି ଏପରି କରିଥିବା ଜଣାପଡିଛି ।

 

ଏହାପରେ କଂଗ୍ରେସ ସାସମଦ ଶଶୀ ଥରୁର ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଏହି ଭିଡିଓ ପ୍ରସ୍ତୁତ କରିବା ପାଇଁ ୩୫ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ ଏହି ପ୍ରକାର ଅଭିଯୋଗକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । ଯୁବକ ଜଣଙ୍କ ଯେଉଁ ଆଧାରରେ ଏହା ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ତେଣୁ ତାଙ୍କୁ ଦିଆଯାଇଥିବା ସୂଚନା ସତ୍ୟ । ଏବଂ ଯେଉଁ ଭିଡିଓ ଦେଖାଯାଇଛି ସେଥିରେ କୈାଣସି ପ୍ରକାର ସରକାରୀ ଅର୍ଥ ଖର୍ଚ୍ଚ ହୋଇ ନାହିଁ । ଏହା ପ୍ରଧାନମନ୍ତ୍ରୀ ଆବାସକୁ ହିଁ ନିର୍ମାଣ କରାଯାଇଥିଲା । ଏହି ବାବହରେ କଂଗ୍ରେସ ସାସଂଦ ଟୁଇଟ କରି କହିଥିଲେ, ଯୋଗ ଦିବସରେ ୨୦କୋଟି ଟଙ୍କା ଖର୍ଚ୍ଚ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ପାଇଁ କେବଳ ୩୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ତେଣୁ ଏଠାରେ ସରକାରୀ ଟଙ୍କା ଖର୍ଚ୍ଚ କରାଯାଇଛି । ଏହାସହ ସାସଂଦ କହିଥିଲେ ଯେ, ସେହି ଭିଡିଓଟି ପ୍ରଧାନମନ୍ତ୍ରୀଙ୍କର କ୍ୟାମେରା ମ୍ୟାନ ଉଠାଇଥିଲେ । ତେବେ ସେହି ସମୟରେ ମୋଦି ଏକ ବଡ ପଥର ଉପରେ ବସି ଯୋଗ କରୁଥିବାର ଦେଖାଯାଇଛି । ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ଫିଟ୍ ତ ଇଣ୍ଡିଆ ଫିଟ୍ ବୋଲି କୁହାଯାଉଥିଲା । ବିରାଟ କୋହଲିଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ମୋଦି ଏପରି କରିଥିଲେ । ଏହାସହ #HumFitTohIndiaFit ଟ୍ୟାଗକୁ ବ୍ୟବହାର କରି ୨୪ ମେ ରେ କୁହାଯାଇଥିଲା ଯେ ମୋଦି ଖୁବ ଶୀଘ୍ର ନିଜ ଚ୍ୟାଲେଞ୍ଜକୁ ଗ୍ରହଣ କରି ସୋସିଆଲ ମିଡିଆରେ ତାହାକି ପୋଷ୍ଟ କରାଯିବ । ପରେ ଏହାକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରାଯାଇଥିଲା ଓ ସେଠାରେ କୁହାଯାଇଥିଲା ଯେ ଯୋଦ ଦ୍ୱାରା ହିଁ ଶରୀର ସୁସ୍ଥ ରୁହେ ତେଣୁ ସମସ୍ତେ ଏହାକୁ ଆପଣାଇବା କଥା ।