ୟୁନିଭର୍ସିଟି ମଧ୍ୟକୁ ପ୍ରବେଶ କରିବାକୁ ହେଲେ ବୟଫ୍ରେଣ୍ଡ ବା ଗର୍ଲଫ୍ରେଣ୍ଡ ଥିବା ଜରୁରୀ ବୋଲି ଜାରି ହୋଇଥିବା ଚିଠି ପଛର ସତ୍ୟତା କ’ଣ ? ଜାଣନ୍ତୁ

43

କଲେଜକୁ ପ୍ରବେଶ କରିବାକୁ ହେଲେ ନିଜର ପ୍ରେମିକ କିମ୍ବା ପ୍ରେମିକାଙ୍କୁ ନିହାତି ଆଣି ଆସିବା ଦରକାର, ଏ କଥାଟି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ତେବେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ କିଛି ସେପରି ଘଟଣା ଘଟିଛି । କିଛି ଦିନ ତଳେ ସୋଶିଆଲ ମିଡ଼ିଆରେ ଏକ ଚିଠି ଭାଇରାଲ ହୋଇଥିଲା। ଯେଉଁଥିରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ପଢୁଥିବା ଯୁବକ-ଯୁବତୀ ନିଜ ନିଜର ପ୍ରେମିକ ବା ପ୍ରେମିକାଙ୍କୁ ଆଣିବା ପରେ ହିଁ କଲେଜରେ ପ୍ରବେଶ କରିପାରିବେ ବୋଲି ଲେଖାଯାଇଥିଲା । ଏହି ଚିଠିଟି ଭାଇରାଲ ହେବା ପରେ କଲେଜର ଏହି ନିଷ୍ପତ୍ତିକୁ ନେଇ ସୋଶିଆଲ ମିଡ଼ିଆରେ ହଙ୍ଗାମା ଆରମ୍ଭ ହୋଇ ଯାଇଥିଲା ।

ଏ କଥା ଜଣା ପଡ଼ିବା ପରେ ଏଭଳି ମିଥ୍ୟା ଖବର କିଏ ପ୍ରଚାର କରିଛି ତାହାର ତଦନ୍ତ ଆରମ୍ଭ କରିଥିଲେ କଲେଜ କର୍ତ୍ତୃପକ୍ଷ । ତଦନ୍ତ ପରେ କଲେଜର ଜଣେ ଛାତ୍ର ଏପରି କରିଥିବା ସୂଚନା ମିଳିଛି । ଅଭିଷେକ ନାମକ ଜଣେ ଛାତ୍ର ଫର୍ଜି ଉପାୟରେ ଚିଠି ପ୍ରସ୍ତୁତ କରିଥିଲେ ଓ ତାହାକୁ ସୋଶିଆଲ ମିଡ଼ିଆରେ ଜାରି କରିଦେଇଥିଲେ । ପଚରାଉଚରାରେ ଅଭିଷେକ ଏହାକୁ ସ୍ୱୀକାର କଲେ ଓ ମଜା ପାଇଁ ଏପରି କରିଥିବା କହିଲେ ।