ରାଇଟ ଟୁ ପ୍ରାଇଭେସି? କେଉଁ ୯ ଜଣ ବିଚାରପତି ନିର୍ଣ୍ଣୟ ନେବେ, ଜାଣନ୍ତୁ 

27

ରାଇଟ ଟୁ ପ୍ରାଇଭେସି, ଭାରତୀୟ ସମ୍ବିଧାନର ମୌଳିକ ଅଧିକାରରେ ଯାଉଛି ନା ନାହିଁ ତାର ନିଷ୍ପତି ନେବେ ସୁପ୍ରିମକୋର୍ଟଙ୍କ ୯ ଜଣିଆ ଖଣ୍ଡପୀଠ । ଆଧାରର ବୈଧତା ନେଇ ଆରମ୍ଭ ହୋଇଥିବା ଶୁଣାଣି ବଡ଼ ଖଣ୍ଡପୀଠକୁ ସ୍ଥାନାନ୍ତର କରିଦିଆଯାଇଛି । ଆଜି ସର୍ବୋଚ୍ଚ କୋର୍ଟରେ ଏହି ଶୁଣାଣି ଆରମ୍ଭ ହୋଇଛି । ଏହି ୯ ଜଣିଆ ଖଣ୍ଡପୀଠ ପୁଣି ଥରେ ସମ୍ବିଧାନ ନେଇଥିବା ଦୁଇଟି ପୂର୍ବ ନିଷ୍ପତି ଯଥାର୍ଥ ଥିଲା କି ନାହିଁ, ସେନେଇ ବିଚାର କରିବେ । ଏହି ଦୁଇ ମାମଲାରେ ରାଇଟ ଟୁ ପ୍ରାଇଭେସି ସାମ୍ବିଧାନିକ ମୌଳିକ ଅଧିକାର ନୁହେଁ ବୋଲି ନିଷ୍ପତି ହୋଇଥିଲା ।

ଆଧାରର ଶୁଣାଣି କରିବେ ଏହି ୯ ଜଣିିଆ ଖଣ୍ଡପୀଠ –
ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ୍ ଜେ.ଏସ. ଖେହର, ଜଷ୍ଟିସ୍ ଜେ. ଚେଲାମେଶ୍ୱର, ଜଷ୍ଟିସ୍ ଏସ.ଏ. ବୋବଡେ, ଜଷ୍ଟିସ୍ ଆର.କେ. ଅଗ୍ରୱାଲ, ଜଷ୍ଟିସ ଆର. ଏଫ. ନରିମାନ, ଜଷ୍ଟିସ୍ ଅଭୟ ମନୋହର ସାପ୍ରେ, ଜଷ୍ଟିସ ଡି. ୱ୍ୱାଇ. ଚନ୍ଦ୍ରଚୁଡ଼, ଜଷ୍ଟିସ ସଞ୍ଜୟ କିଶାନ୍ କୈାଲ, ଜଷ୍ଟିସ ଅବଦୁଲ ନାଜିର ।

ଜଷ୍ଟିସ୍ ଜେ. ଏସ. ଖେହର –
ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ୍. ଖେହର ଏହି ଖଣ୍ଡପୀଠର ଜଣେ ବରିଷ୍ଠ ସଦସ୍ୟ । ସୁପ୍ରିମକୋର୍ଟର ରାଷ୍ଟ୍ରୀୟ ନ୍ୟାୟିକ ନିଯୁକ୍ତିି ଆୟୋଗ, ସମାନ କାର୍ଯ୍ୟକୁ ସମାନ ବେତନ, ଟୁ-ଜି ସ୍ପ୍ରେକ୍ଟ୍ରମ ଘୋଟାଲା ଓ ସେବି-ସାହାରା ଆଦି ଗରୁତ୍ୱପୂର୍ଣ୍ଣ ମାମଲା ସଂପର୍କିତ ଶୁଣାଣି କରିଥିବା ଖଣ୍ଡପୀଠର ଥିଲେ ସଦସ୍ୟ । ଜଷ୍ଟିସ୍ ଖେହର ୨୦୧୭ରେ ଭାରତର ମୁଖ୍ୟ ବିଚାରପତି ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ । ତା’ପୂର୍ବରୁ ଜଷ୍ଟିସ୍ ଖେହର ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଥିଲେ । ସେ ସମୟରେ ସେ ଶିଖଙ୍କ ପରିଚୟ ଉପରେ ଏକ ନିର୍ଣ୍ଣୟ ପାରିତ କରଥିିଲେ ଯାହା ଧାର୍ମିକ ଅଧିକାର ଆଧାରରେ ଯାଉଥିଲା ।

ଜଷ୍ଟିସ୍ ଚେଲାମେଶ୍ୱର –
୧୧ ଅଗଷ୍ଟ ୨୦୧୫ରେ ଯେତେବେଳେ ଆଧାରକୁ ସାମ୍ବିଧାନିକ ଖଣ୍ଡପୀଠକୁ ରେଫର କରାଯାଇଥିଲା, ସେତେବେଳେ ଜଷ୍ଟିସ୍ ଚେଲାମେଶ୍ୱର ଖଣ୍ଡପୀଠର ଅଧ୍ୟକ୍ଷତା କରୁଥିଲେ । ଏହାସହ ସେ ଆଧାର ଉପରେ ଶୁଣାଣି ହେଉଥିବା ସାମ୍ବିଧାନିକ ପୀଠର ଜଣେ ସଦସ୍ୟ ଅଛନ୍ତି । ଜଷ୍ଟିସ୍ ଚେଲାମେଶ୍ୱର, ବିଚାରପତି ଚୟନ ପ୍ରକ୍ରିୟାରେ ନିଜର ଅସହମତି ପ୍ରକାଶ କରିଛନ୍ତି । ଇନଫରମେସନ ଟେକ୍ନୋଲୋଜି ନିୟମର ସେକ୍ସନ ୬୬-ଏକୁ ରଦ୍ଦ କରିଥିବା ଦୁଇ ଜଣିିଆ ଖଣ୍ଡପୀଠର ସଦସ୍ୟ ଥିିଲେ ।

ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ –
ଜଷ୍ଟିସ୍ ବୋବଡେ ପ୍ରଥମେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଖଣ୍ଡପୀଠରେ ସାମିଲ ହୋଇଥିଲେ । ପରେ ମଧ୍ୟପ୍ରଦେଶର ମୁଖ୍ୟ ବିଚାରପତି ରୂପେ ସେ ଦାୟିତ୍ୱ ଗ୍ରହଣ କରିଥିିଲେ । ୨୦୧୩ ଏପ୍ରିଲରେ ସୁପ୍ରିମକୋର୍ଟ ବିଚାରପତି ରୂପରେ ପଦୋନ୍ନତି ପାଇଥିଲେ । ସେ ଜଷ୍ଟିସ୍ ଚେଲାମେଶ୍ୱେରଙ୍କ ସହ ଆଧାର ସମ୍ପର୍କିତ ଶୁଣାଣି ସମୟରେ ଖଣ୍ଡପୀଠର ଜଣେ ସଦସ୍ୟ ଥିଲେ ।

ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼-
ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୁଡ଼ ଭାରତର ପୂର୍ବ ମୁଖ୍ୟ ବିଚାରପତି ୱାଇ.ଭି. ଚନ୍ଦ୍ରଚୁଡ଼ଙ୍କ ପୁଅ । ସେ ଜଣେ ବିଚାରପତି ଭାବେ ବମ୍ବେ ହାଇକୋର୍ଟରେ ୨୯ ମାର୍ଚ୍ଚ ୨୦୦୦ରେ ଦାୟିତ୍ୱ ଗ୍ରହଣ କରିଥିଲେ । ତା’ପରେ ଆହ୍ଲାବାଦ ହାଇକୋର୍ଟରେ ମୁଖ୍ୟ ବିଚାରପତି ହୋଇଥିଲେ । ୨୦୧୬ରେ ସେ ସୁପ୍ରିମକୋର୍ଟ ଖଣ୍ଡପୀଠରେ ସାମିଲ ହୋଇଥିଲେ । ଧାର୍ମିକ ଆଧାର ଉପରେ ଭୋଟ ମାଗିବା ନେଇ ପ୍ରତିବନ୍ଧ ଲଗାଇଥିବା ସାମ୍ବିଧାନିକ ଖଣ୍ଡପୀଠର ସଦସ୍ୟ ଥିଲେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ । ଏହାସହ ସେ ପୂର୍ବରୁ ବମ୍ବେ ହାଇକୋର୍ଟରେ ଭୋଡ଼ାଫୋନ କର ମାମଲାର ଶୁଣାଣି କରିଥିଲେ । ପରେ ସୁପ୍ରିମକୋର୍ଟ ଉକ୍ତ ନିଷ୍ପତିକୁ ରଦ୍ଦ କରିଦେଇଥିଲେ ।

ଜଷ୍ଟିସ୍ ଏସ୍ ଅବଦୁଲ ନଜିର-
ଜଷ୍ଟିସ ନଜିର ଆଧାର ସମ୍ପର୍କିତ ଏହି ଶୁଣାଣିର ସବୁଠାରୁ କନିଷ୍ଠ ବିଚାରପତି । ୧୭ ଫେବୃୟାରୀ ୨୧୦୭ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ । ସେ କର୍ଣ୍ଣାଟକ ହାଇକୋର୍ଟରେ ୨୦୦୩ ପର୍ଯ୍ୟନ୍ତ କାମ କରିବା ପରେ ପଦନ୍ନୋତି ପାଇ ସୁପ୍ରିକୋର୍ଟକୁ ଯାଇଥିଲେ । ଜଷ୍ଟିସ ନଜିର, ତିନି ତଲାକ ମାମଲାର ସାମ୍ବିଧାନିକ ପୀଠର ସଦସ୍ୟ ଥିଲେ ।

ଜଷ୍ଟିସ୍ ରୋହିନଟନ୍ ଫାଲଇ ନରିମାନ୍ –
ଜଷ୍ଟିସ୍ ନରିମାନଙ୍କ ବାପା ଥିଲେ ଜଣେ ବରିଷ୍ଠ ଓକିଲ । ଜଷ୍ଟିସ୍ ନରିମାନ, ଜୁଲାଇ ୨୧୦୪ରେ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଥିଲେ । ମାତ୍ର ୩୭ ବର୍ଷ ବୟସରେ ତାଙ୍କୁ ବରିଷ୍ଠ ଓକିଲ ମାନ୍ୟତା ମିଳିଥିଲା । ଜଷ୍ଟିସ ଚେଲାମେଶ୍ୱରଙ୍କ ସହ ଜଷ୍ଟିସ ନରିମନ ଇନଫରମେସନ ଟେକ୍ନୋଲୋଜି ଆକ୍ଟର ସେକ୍ସନ ୬୬-ଏ ରଦ୍ଦ କରିବା ଖଣ୍ଡପୀଠର ଅଂଶ ଥିଲେ । ଜଷ୍ଟିସ୍ ନରିମନ ତିନି ତଲାକ କେସର ଶୁଣାଣି କରୁଥିବା ଖଣ୍ଡପୀଠର ମଧ୍ୟ ସଦସ୍ୟ ଅଛନ୍ତି ।

ଜଷ୍ଟିସ୍ ଆର.କେ. ଅଗ୍ରୱାଲ-
ଜଣେ ଆଇନଜୀବି ଭାବେ ଜଷ୍ଟିସ୍ ଆର.କେ. ଅଗ୍ରୱାଲ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୯ରେ ସେ ଆହ୍ଲାବାଦ ହାଇକୋର୍ଟରେ ଜଣେ ବିଚାରପତି ଭାବେ ସାମିଲ ହୋଇଥିଲେ । ଏହାସହ ସେ ମାଡ଼୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ କାମ କରିଛନ୍ତି । ପରେ ସେ ୨୧୦୪ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ ।

ଜଷ୍ଟିସ୍ ସଂଜୟ କିଷାନ କୈାଲ-
୨୧୦୭ରେ ଜଷ୍ଟିସ୍ ସଂଜୟ କୈାଲ୍ ସୁପ୍ରିକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଏହା ପୂର୍ବରୁ ଜଷ୍ଟିସ କୈାଲ୍ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ କାମ କରିସାରିଛନ୍ତି । ସେ ୨୦୦୩ରେ ଜଣେ ସ୍ଥାୟୀ ହାଇକୋର୍ଟ ବିଚାରପତି ରୂପେ ନିଯୁକ୍ତିି ପାଇଥିଲେ । ଏହା ପୂର୍ବରୁ ଜଷ୍ଟିସ କୈାଲ୍ ସୁପ୍ରିମକୋର୍ଟରେ ଜଣେ ଆଇନଜୀବି ରୁପରେ ୧୯୮୭ରୁ ୧୯୯୯ ମଧ୍ୟରେ କାର୍ଯ୍ୟ ନିର୍ବାହ କରି ସାରଥିିଲେ । ଏହାସହ ଜଷ୍ଟିସ କୈାଲ୍ ପଞ୍ଜାବ ଓ ହରିୟାଣାର ମୁଖ୍ୟ ବିଚାରପତି ରୂପେ କାର୍ଯ୍ୟ କରିଛନ୍ତି । ଜଷ୍ଟିସ୍ କୈାଲ୍ ଭାଷଣ ଓ ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ବଜାୟ ରଖିବା ନେଇ ନିଷ୍ପତି ଶୁଣାଇଛନ୍ତି । ସେ ୨୦୦୮ରେ ପ୍ରସିଦ୍ଧ ଚିତ୍ରକାର ଏମ.ଏଫ. ହୁସେନଙ୍କ ବିରୋଧରେ ଥିବା ଅଶ୍ଳୀଳତା ଓ ପ୍ରସିଦ୍ଧ ଲେଖକ ପେରୁମାଲ ମୁରଗନ ମାମଲାକୁ ରଦ୍ଦ କରିଥିଲେ ।

ଜଷ୍ଟିସ ଏ.ବି. ସାପ୍ରେ –
ଜଷ୍ଟିସ ଏ.ବି. ସାପ୍ରେ ୧୩ ଅଗଷ୍ଟ ୨୧୦୪ରେ ସୁପ୍ରିମକୋର୍ଟର ବିଚାରପତି ରୂପରେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ୧୯୯୯ ମଧ୍ୟପ୍ରଦେଶ ହାଇକୋର୍ଟର ଜଣେ ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିସାରିଛନ୍ତି । ଏହାସହ ମଣିପୁର ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ରୂପେ ସେ କାର୍ଯ୍ୟ ନିର୍ବାହ କରିସାରିଛନ୍ତି । ତା’ପରେ ଗୁଆହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ କାର୍ଯ୍ୟ କରିଛନ୍ତି । ଏହାପରେ ସେ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇ ଆସିଥିଲେ ।