ଆଜି ନିଟ୍ ପରୀକ୍ଷା : ଦେଶର ୧୦୩ କେନ୍ଦ୍ରରେ ପରୀକ୍ଷା ଦେବେ ୧୧ଲକ୍ଷ ୩୫ହଜାର ୧୦୪ଜଣ ପରୀକ୍ଷାର୍ଥୀ

39

କନକ ବ୍ୟୁରୋ : ଆଜି ଅନୁଷ୍ଠିତ ହେବ ନିଟ ପରୀକ୍ଷା । ଦେଶର ସମସ୍ତ ମେଡିକାଲ କଲେଜରେ ଏମବିବିଏସ ଓ ଡେଂଟାଲ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆଜି ନିଟ ପରୀକ୍ଷା ଅନୁଷ୍ଠିତ ହେବ । ୫୬ ହଜାର ମେଡିକାଲ ସିଟ୍ ପାଇଁ ଦେଶର ୧୦୩ଟି ପରୀକ୍ଷା କେନ୍ଦ୍ରରେ ଆଜି ୧୧ଲକ୍ଷ ୩୫ହଜାର ୧୦୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ଗତବର୍ଷ ତୁଳନାରେ ଏଥର ୪୧ ପ୍ରତିଶତ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ନିଟ୍ ପରୀକ୍ଷା ପାଇଁ ଡ୍ରେସ କୋଡ ସମେତ କିଛି ନିର୍ଦ୍ଦେଶନାମା ଜାରି କରିଛି ବୋର୍ଡ । ଝିଅମାନେ ଶାଢୀ, ବୁର୍ଖା ଓ ହାତରେ ମେହେନ୍ଦୀ ଳଗାଇଥିଲେ ପରୀକ୍ଷା ଦେଇପାରିବେ ନାହିଁ । ପରୀକ୍ଷାର୍ଥୀମାନେ ସକାଳ ୭ଟା ୨୦ରୁ ୯ଟା ୩୦ ମଧ୍ୟରେ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିପାରିବେ । ପରୀକ୍ଷା କେନ୍ଦ୍ରରେ ହିଁ ପରୀକ୍ଷାର୍ଥୀଙ୍କୁ ସେମାନଙ୍କୁ ନିଜନିଜର ପିନ ନମ୍ବର ଦିଆଯିବ । ତେବେ ଚଳିତ ବର୍ଷ ହିନ୍ଦି, ଇଂରାଜୀ ବ୍ୟତୀତ ଅନ୍ୟ ୮ଟି ଭାଷାରେ ପ୍ରଶ୍ନପତ୍ର ଆସିବ ।