ପ୍ରଜ୍ଞା ଠାକୁରଙ୍କ ସମେତ ମାଲେଗାଁଓ ବିସ୍ଫୋରଣର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟର ଆଦେଶ : ସପ୍ତାହକୁ ଥରେ କୋର୍ଟରେ ଉପସ୍ଥିତ ରୁହ

146

ମୁମ୍ବାଇର ସ୍ୱତନ୍ତ୍ର ଏନଆଇଏ କୋର୍ଟ ୨୦୦୮ରେ ହୋଇଥିବା ମାଲେଗାଓଁ ବ୍ଲାଷ୍ଟ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ସପ୍ତାହରେ ଥରେ ଅଦାଲତରେ ଉପସ୍ଥିତ ରହିବାକୁ ଆଦେଶ ଦେଇଛନ୍ତି । ଅଦାଲତ ଶୁକ୍ରବାର ଦିନ ପ୍ରଜ୍ଞା ଠାକୁର, ଲେ, କର୍ଣ୍ଣଲ ପ୍ରସାଦ ପୁରୋହିତ ଓ ଅନ୍ୟ ଅଭିଯୁକ୍ତଙ୍କୁ ଏହି ଆଦେଶ ଦେଇଛନ୍ତି । କୋର୍ଟ ଅଭିଯୁକ୍ତମାନେ କୋର୍ଟର ଉପସ୍ଥିତ ନରହିବାକୁ ନେଇ କ୍ରୋଧ ଜାହିର କରିଛି । ଏହି ମାମଲାରେ ଆସନ୍ତା ଶୁଣାଣି ୨୦ ମେ’ ରେ ହେବ ।

ବର୍ଷ ୨୦୦୮ରେ ମାଲେଗାଓଁ ବମ୍ ବ୍ଲାଷ୍ଟ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ୨୩ ଏପ୍ରିଲକୁ ସ୍ପଷ୍ଟ କରିଥିଲା କି, ଅଭିଯୁକ୍ତ ପ୍ରଜ୍ଞା ଠାକୁରଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପରିମାଣର ସାକ୍ଷୀ ନାହିଁ, ଯାହା ଆଧାରରେ ତାଙ୍କୁ ନିର୍ବାଚନ ଲଢ଼ିବାକୁ ରୋକାଯାଇପାରେ ।

ସୂଚନାଯୋଗ୍ୟ, ପ୍ରଜ୍ଞା ଠାକୁର ବିଜେପିରୁ ମଧ୍ୟ ପ୍ରଦେଶର ଭୋପାଳ ସିଟରୁ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ବିରୁଦ୍ଧରେ ମଇଦାନକୁ ଓହ୍ଲାଇଛନ୍ତି । ମାଲେଗାଁଓ, ମହାରାଷ୍ଟ୍ର ଜିଲ୍ଲାର ନାସିକ ଗାଁର । ଏହାର ଭିକୁ ଛକରେ ଥିବା ନୁରଜି ମସଜିଦ ପାଖରେ ୨୯ ସେପ୍ଟେମ୍ବର, ୨୦୦୮କୁ ନମାଜ ପଢ଼ିବାବେଳେ ବିସ୍ଫୋରଣ ହୋଇଥିଲା । ଏହି ବୋମା ମୋଟରସାଇକେଲରେ ରଖାଯାଇଥିଲା । ବିସ୍ଫୋରଣ ପଛରେ କଟ୍ଟରପନ୍ଥୀ ହିନ୍ଦୁ ସଙ୍ଗଠନର ହାତ ଥିବା କଥା ସାମନାକୁ ଆସଥିଲା । ଏହି ବିସ୍ଫୋରଣରେ ୭ଜଣ ଲୋକ ମରିଥିଲେ ଓ ପାଖାପାଖି ୮୦ ଲୋକ ଆହତ ହୋଇଥିଲେ ।