ପ୍ରଧାନମନ୍ତ୍ରୀଙ୍କୁ ପ୍ରିୟଙ୍କାଙ୍କ ସମାଲୋଚନା ! କହିଲେ, ମୋଦିଙ୍କ ବଦଳରେ ଅମିତାଭ ବଚ୍ଚନ ପ୍ରଧାନମନ୍ତ୍ରୀ ହେବା ଉଚିତ୍ ।

144

କନକ ବ୍ୟୁରୋ : ୧୯ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟ ଲଢେଇର ଠିକ୍ ଦୁଇ ଦିନ ପୂର୍ବରୁ ବଡ ବୟାନ ରଖିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ନିର୍ବାଚନୀ ମଇଦାନରେ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଥିବା ପ୍ରିୟଙ୍କା, ଆଜି ବି ମୋଦିଙ୍କୁ ନିଶାନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ଜଣେ ଭଲ ଅଭିନେତା ବୋଲି କହି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଲୋକମାନେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ପରିବର୍ତ୍ତେ ଅମିତାଭ ବଚ୍ଚନଙ୍କୁ ବାଛିବା ଉଚିତ ।

ଉତ୍ତରପ୍ରଦେଶର ମିର୍ଜାପୁରଠାରେ ଏକ ରାଲିକୁ ସମ୍ବୋଧନ କରିବା ବେଳେ ପ୍ରିୟଙ୍କା ଏପରି କହିଛନ୍ତି । ପ୍ରିୟଙ୍କା ରାଲିକୁ ସମ୍ବୋଧନ କରି କହିଛନ୍ତି, ‘ଏବେ ଆପଣ ବୁଝିଯାଆନ୍ତୁ ଯେ ଆପଣ ଦୁନିଆର ସବୁଠାରୁ ବଡ଼ ଅଭିନେତାଙ୍କୁ ନିଜର ପ୍ରଧାନମନ୍ତ୍ରୀ ଭାବେ ବାଛି ଦେଇଛନ୍ତି । ୟାଠାରୁ ଭଲ ହୋଇଥାନ୍ତା ଯଦି ଆପଣ ଅମିତାଭ ବଚ୍ଚନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିଥାନ୍ତେ । ଏହି ଦୁଇ ଜଣଙ୍କ ଭିତରୁ କେହି ହେଲେ ଆପଣଙ୍କ ପାଇଁ କିଛି କରିନଥାନ୍ତେ ।’ ତେବେ ନିର୍ବାଚନ ପୂର୍ବରୁ ଏପରି ଅନେକ ଥର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରିୟଙ୍କା । ୨୦୧୯ ନିର୍ବାଚନର ଶେଷ ପର୍ଯ୍ୟାୟ ଲଢେଇ ବାକି ଥିବା ବେଳେ ସମସ୍ତଙ୍କ ଅପେକ୍ଷା ଆସନ୍ତା ୨୩ ତାରିଖକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ ଜନସାଧରଣଙ୍କ ମନ ଜିଣିବାରେ ପ୍ରିୟଙ୍କା ସଫଳ ହୋଇଛନ୍ତି କି ନାହିଁ ।

Comments are closed.