ଓସ୍କାର୍ ଦୌଡରେ ‘ନ୍ୟୁଟନ୍’ ! ସିନେମା ପଛରେ ଲୁଚି ରହିଛି ରାଜକୁମାରଙ୍କ ଦୁଃଖଦ କାହାଣୀ

43

ସର୍ବଶ୍ରେଷ୍ଠ ପୁରସ୍କାର ଓସ୍କାର ପାଇଁ ଏଣ୍ଟ୍ରି ହୋଇଛି ସିନେମା ‘ନ୍ୟୁଟନ୍’ । ଏନେଇ ଘୋଷଣା କରିଛି ଫିଲ୍କ ଫେଡେରେସନ୍ ଅଫ୍ ଇଣ୍ଡିଆ । ଅନେକ ପ୍ରଶଂସା ସାଉଁଟିଥିବା ଏହି ସିନେମାର ମୁଖ୍ୟ ଭୂମିକାରେ ଅଛନ୍ତି ରାଜକୁମାର୍ ରାଓ । ନିର୍ଦ୍ଦେଶନା ଦେଇଛନ୍ତି ଅମିତ୍ ମାସୁରକର୍ । ଜଣେ ସଚ୍ଚୋଟ ସରକାରୀ କର୍ମଚାରୀର କାହାଣୀ ଉପରେ ଆଧାରିତ ସିନେମା ‘ନ୍ୟୁଟନ୍’ । ବିଭିନ୍ନ ବାଧାବିଘ୍ନ ସତ୍ତ୍ୱେ ମାଓବାଦୀ ପ୍ରବଣ ଅଂଚଳରେ ନିଷ୍ଠାପର ଭାବରେ ଭିଭଳି ନିଜ କର୍ତ୍ତବ୍ୟ କରୁଛନ୍ତି ତାହା ଏହି ସିନେମାରେ ଉପସ୍ଥାପନ କରାଯାଇଛି ।

ଅନ୍ୟପଟେ ଟିମ୍ ନ୍ୟୁଟନ୍ ପାଇଁ ଆଉ ଏକ ଖୁସି ଖବର ଆସିଛି । କେନ୍ଦ୍ର ସରକାର ଏକ କୋଟି ଟଙ୍କା ପ୍ରଦାନ କରିବେ ବୋଲି ସୂଚନା ମିଳିଛି । ଭଲ ସିନେମାକୁ ପ୍ରୋତ୍ସାହନ ଦେବାପାଇଁ କେନ୍ଦ୍ର ସରକାର ଏହି ଅର୍ଥ ଦେଇଥିବା କହିଛନ୍ତି ସି ଭି ରେଡ୍ଡି ।

ତେବେ ଏହି ସିନେମା ସୁଟିଂ ସମୟରେ ରାଜକୁମାରଙ୍କ ସହ ଏକ ଦୁର୍ଘଟଣା ହୋଇଥିଲା । ଯାହା ଏବେ ଚର୍ଚ୍ଚାର ବିଷୟ । ସିନେମାର ସୁଟିଂ ଛତିଶଗଡର ଘଂଚ ଜଙ୍ଗଲ ମଧ୍ୟରେ ହୋଇଥିଲା । ଯେଉଁଠାରେ ନେଟୱର୍କ ମଧ୍ୟ ନଥିଲା । ସିନେମା ସୁଟିଂ ସମୟରେ ରାଜକୁମାରଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା । ହେଲେ ନେଟୱର୍କ ନଥିବାରୁ ଖୁବ୍ ବିଳମ୍ବରେ ଖବର ପାଇଥିଲେ ରାଜକୁମାର । ନିଜ କ୍ୟାରିୟରକୁ ରାଜକୁମାରଙ୍କ ଉତ୍ସର୍ଗୀକୃତ ମନୋଭାବ ଏହି ସିନେମାରୁ ପ୍ରମାଣିତ ହୋଇଛି ।