ଟୟଲେଟ୍ ପାଇପରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

37

କଥାରେ ଅଛି ‘ରଖେ ହରି ତ ମାରେ କିଏ’ । ଏହାର ଉଦାହରଣ ଦେଖିବାକୁ ମିଳିଛି ଚାଇନାର ବେଜିଂ ସହରରେ । ଏକ ଟୟଲେଟ୍ ପାଇପରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିିଛି ସ୍ଥାନୀୟ ପୁଲିସ୍ । ଶିଶୁଟିର ସଂପୂର୍ଣ୍ଣ ଶରୀର ଟୟଲେଟର ପାଇପ୍ ଭିତରେ ଥିବା ବେଳେ କେବଳ ତାର କୁନି ପାଦ ଦୁଇଟି ବାହାରକୁ ଦେଖାଯାଉଥିଲା । ଶିଶୁଟିର କାନ୍ଦ ଶୁଣି ସ୍ଥାନୀୟ ଲୋକ ପୁଲିସକୁ ଜଣାଇଥିଲେ ।

ଅତି ସାବଧାନତାର ସହ ପାଇପରୁ ବାହାର କରି ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ନିଜ ଜନ୍ମ କଲା ମା’ ଶିଶୁଟିକୁ ମରଣ ମୁହଁକୁ ଠେଲି ଦେଇଥିବାର ଅନୁମାନ କରାଯାଉଛି । ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଚାଇନାରେ ପ୍ରାୟ ୧୦,୦୦୦ ଶିଶୁଙ୍କୁ ଏପରି ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରାଯାଉଛି ।